୧୭ରେ ଓଡିଶା ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ଵର : ଆସନ୍ତା ୧୭ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ। ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏବେ ସୁଦ୍ଧା ଆସିନାହିଁ। କିନ୍ତୁ ତାଙ୍କର ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ଆସିଛି। ଏକ ବିଶାଳ ସମ୍ମିଳନୀରେ ସେ ଯୋଗଦାନ କରି ପ୍ରାୟ ୫୦ହଜାର ହିତାଧିକାରୀଙ୍କୁ ସମ୍ବୋଧନ କରିବେ। ଏଥିସହ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରାପ୍ତ ଓ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅମିତ ଶାହଙ୍କ ଏହି ଗସ୍ତ ଦଳର ସଂଗଠନକୁ ଅଧିକ ସକ୍ରିୟ କରିବ ବୋଲି ଆଶଶ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button