ବଡ଼ ଭଉଣୀର ବାହାଘର ବେଳେ ସାନଭଉଣୀକୁ ଦୁଷ୍କର୍ମ

ନୂଆଦିଲ୍ଲୀ : ଲଜ୍ଜାଜଣକ ଘଟଣା। ବଡ଼ ଭଉଣୀର ବାହାଘର ବେଳେ ସାନ ଭଉଣୀକୁ ଦୁଷ୍କର୍ମ। ଏହି ଘଟଣା ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି।

ଖବର ଅନୁଯାୟୀ ଏକ ମଣ୍ଡପରେ ବଡ଼ ଭଉଣୀଙ୍କ ବିବାହ ପାଇଁ ଆୟୋଜନ କରାଯାଇଥିଲା। ବରଯାତ୍ରୀ ଆସି ପହଞ୍ଚିବାରୁ କନ୍ୟାପକ୍ଷ ସେମାନଙ୍କୁ ସ୍ଵାଗତ କରିବା ସହିତ ବିବାହ ପାଇଁ ରୀତିନୀତି ଆରମ୍ଭ କରିଥିଲେ। ଏତିକି ବେ‌ଳେ କନ୍ୟାଙ୍କ ସାନ ଭଉଣୀ ମଣ୍ଡପରେ ଥିବା ‌ଶୌଚାଳୟକୁ ଯାଇଥିଲେ। ବାଳିକାଙ୍କୁ ଏକା ଶୌଚାଳୟକୁ ଯାଉଥିବା ‌ଦେଖି ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ସେଠାରେ ଭୟଭୀତ କରି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଯୁବକଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ବାଳିକାଙ୍କ ଅବସ୍ଥା ଦେଖି ପରିବାରଲୋକ ପଚାରିବାରୁ ସେ ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ। ଏହା ଶୁଣିବା ପରେ ପରିବାରଲୋକ ବିବାହ କାର୍ଯ୍ୟ ଶେଷକରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଖୁବଶୀଘ୍ର ଧରାପଡିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Back to top button