ବିଜେପି ମୋ ଦଳ ନୁହେଁ : ପଙ୍କଜା ମୁଣ୍ଡେ

ମୁମ୍ବାଇ : ମୁଁ ଭାରତୀୟ ଜନତା ପାର୍ଟିର କିନ୍ତୁ ବିଜେପି ମୋ ଦଳ ନୁହେଁ। ଏହା କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବିଜେପି ଜାତୀୟ ସଂପାଦକ ପଙ୍କଜା ମୁଣ୍ଡେ।
ଖବର ଅନୁଯାୟୀ ମହାରାଷ୍ଟ୍ରର ରାଜନେତା ପଙ୍କଜା ମୁଣ୍ଡେ ରାଜ୍ୟ ବିଜେପିରୁ ଦୂରେଇ ରହିଛନ୍ତି ବୋଲି ଗତ କିଛିବର୍ଷ ହେଲା ଚର୍ଚ୍ଚା ହେଉଛି। ଏହିଭଳି ଚର୍ଚ୍ଚା ଭିତରେ ପଙ୍କଜା କହିଛନ୍ତି ବିଜେପି ଏକ ବଡ଼ ଦଳ। କିନ୍ତୁ ଏହା ତାଙ୍କର ନୁହେଁ। ମାର କିଛି ଚିନ୍ତା ନାହିଁ। ମୁଁ କାହାରିକୁ ଭୟ କରେ ନାହିଁ। ଯଦି ମୋତେ କିଛି କାମ ନ ମିଳେ ତେବେ ମୁଁ ଆଖୁ କାଟିବାକୁ ଯିବି। ମୋର କିଛି ସଉକ ନାହିଁ।
ପଙ୍କଜାଙ୍କର ଏହି ବୟାନ ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏନସିପି ନେତା ଅନୀଲ ଦେଶମୁଖ କହିଛନ୍ତି ଯଦି ପଙ୍କଜା ମୁଣ୍ଡେ ଯଦି ବିଜେପିରୁ ଇସ୍ତଫା ଦିଅନ୍ତି ତେବେ ଦଳରେ ସାମିଲ କରାଯିବା ନେଇ ଆଲୋଚନା କରାଯିବ।
ସୂଚନାଯୋଗ୍ୟ ୨୦୨୨ ଅଗଷ୍ଟ ରେ ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭିସ୍ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଥିଲା। ପଙ୍କଜା କହିଥିଲେ ସେ ବୋଧହୁଏ ମନ୍ତ୍ରୀ ପଦ ପାଇବାକୁ ଯଥେଷ୍ଟ ଯୋଗ୍ୟା ନୁହଁନ୍ତି। ବିଜେପିର ମହାରାଷ୍ଟ୍ର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଚଳିତ ବର୍ଷ ଜାନୁଆରୀରେ କହିଥିଲେ ଦଳ ମଧ୍ୟରେ ପଙ୍କଜା ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।