ନର୍ସଙ୍କ ସଙ୍ଗୀନ ଅଭିଯୋଗ : ରାତିରେ ଡାକ୍ତର କ୍ୱାର୍ଟରକୁ ଡାକୁଥିଲେ
ଭଦ୍ରକ : ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ ଜଣେ ଷ୍ଟାଫ୍ ନର୍ସ କରିଛନ୍ତି ସଙ୍ଗୀନ ଅଭିଯୋଗ। ଏନେଇ ସେ ଚାନ୍ଦବାଲି ଥାନାର ଦ୍ଵାରସ୍ଥ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ଚନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ୍ନର୍ସ କବିତା (ଛଦ୍ମନାମ) ୧୧ବର୍ଷ ଧରି କାମ କରିଆସୁଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ମେଡ଼ିକାଲ୍ରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ପ୍ରଦ୍ୟୁମ୍ନ ସାହୁ ସବୁବେଳେ ତାଙ୍କ ମର୍ଯ୍ୟାଦାହାନୀ କରୁଛନ୍ତି। ନାନା ହଇରାଣ ହରକତ ସହିତ ଏକୁଟିଆ ପାଇଲେ ଟଣାଓଟରା କରୁଛନ୍ତି। ଏହାଛଡା ରାତି ଅଧରେ ଫୋନ୍ କରି ଡାକୁଛନ୍ତି। ମନାକଲେ ଅଶ୍ଲୀଳ ଭାଷାରେ ଗାଳି କରିବା ସହ କ୍ୱାର୍ଟରରେ ପଶି ଦୁଷ୍କର୍ମ କରିବେ ବୋଲି ଧମକ ଦେଉଛନ୍ତି। ଯାହାର ରେକଡିଂ ମୋ’ ପାଖରେ ଅଛି ବୋଲି ପୀଡ଼ିତା କହିଛନ୍ତି। କେବେଳ ସେତିକି ନୁହେଁ ମୋ’ ସ୍ୱାମୀଙ୍କୁ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେଉଥିବା ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି।