ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
ଭୁବନେଶ୍ଵର : ଗୁଜରାଟକୁ ହେବାକୁ ଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତନ ରହିଛି। ଏହି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।
ଆସନ୍ତା ୧୭ ତାରିଖରେ ଅମିତ ଶାହ ଓଡ଼ିଶା ଆସି ଢେଙ୍କାନାଳରେ ହେବାକୁ ଥିବା ସାଧାରଣ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଏହାପରେ କେନ୍ଦ୍ରାପଡ଼ା ଓ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥାଆନ୍ତେ।