ସୁନା ଦର ବଢ଼ିଲା

ନୂଆଦିଲ୍ଲୀ : ଦେଶରେ ସୁନା ଦର ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ମୂଲ୍ୟ ହୋଇଛି ଆଜି ୫୯,୨୮୫ ଟଙ୍କା। ଗତକାଲି ତୁଳନାରେ ୮୭ ଟଙ୍କା ବଢ଼ିଛି। ସେହିପରି ରୂପା କେଜିର ମୂଲ୍ୟ ୭୩,୯୪୭ ଟଙ୍କାରେ ପହଞ୍ଚିଛି।
ଖବର ଅନୁଯାୟୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୬୦୦ ଟଙ୍କା ଥିବାବେଳେ ରୂପା କେଜି ରହିଛି ୭୩,୪୦୦ ଟଙ୍କା। ମୁମ୍ବାଇ ଓ କୋଲକତାରେ ସୁନା ୫୪,୪୫୦ ଟଙ୍କା। ଚେନ୍ନାଇରେ ସୁନା ୫୪,୮୨୦ ଟଙ୍କା ଓ ରୂପା କେଜି ୭୭, ୧୦୦ ଟଙ୍କା ରହିଛି। ମୁମ୍ବାଇ ଓ କୋଲକତାରେ ରୂପା କେଜିର ମୂଲ୍ୟ ୭୩,୪୦୦ ଟଙ୍କା ରହିଛି।