ନକଲି ପ୍ରମାଣପତ୍ର ପ୍ରସ୍ତୁତି ଅଭିଯୋଗରେ ୫ ଗିରଫ

ବରଗଡ଼ : ନକଲି ପ୍ରମାଣପତ୍ର ପ୍ରସ୍ତୁତ ଅଭିଯୋଗରେ ବରଗଡ଼ ପୋଲିସ ରାଜସ୍ଵ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ଅଭିଯୁକ୍ତମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର କାସଗଂଜ ଜିଲ୍ଲା ଢୋଲନା ଥାନା ଅଧିନ ହୋରିୟାଥର ଗାଁର ବୀରପାଳ ସିଂହ, ଝକିରା ଗାଁର ବବଲେଶ କୁମାର, ନଗଲାଥନ ଗାଁର ରବିକାନ୍ତ, ସୁକୁଡା ରାଜସ୍ଵ ନିରୀକ୍ଷକ ସଂଦୀପ କୁମାର ଶତପଥୀ ଓ ଦୁମେଲପାଲି ସରପଞ୍ଚ ମନୋରଂଜନ ଦୋରା।

ବରଗଡ଼ ଜିଲ୍ଲା ଭଟଲି ଥାନା ଏସ୍‌ଆଇ ପଦ୍ମାବତୀ ମିର୍ଦ୍ଧାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଜାଣିବାକୁ ପାଇଥିଲା ଅର୍ଥ ଲୋଭରେ ଅଭିଯୁକ୍ତମାନେ ନକଲି ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ପ୍ରମାଣ ପତ୍ର ଓ ଚରିତ୍ର ପ୍ରମାଣ ପ୍ରସ୍ତୁତ କରୁଥିଲେ। ଉତ୍ତର ପ୍ରଦେଶର ୩ ଅଭିଯୁକ୍ତଙ୍କୁ ରାଜସ୍ଵ ନିରୀକ୍ଷକ ଶ୍ରୀ ଶତପଥୀ ଓ ସରପଞ୍ଚ ଶ୍ରୀ ଦୋରା ସହଯୋଗ କରୁଥିଲେ। ପୋଲିସ ଜାଣିବାକୁ ପାଇଛି ଉତ୍ତର ପ୍ରଦେଶ କସଗଞ୍ଜ ଜିଲାର ତିନି ଯୁବକ ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ା ଆର ଆଇ ଓ ସରପଞ୍ଚଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ନିଜ ନାମରେ ସ୍ଥାୟୀ ନିବାସ, ଚରିତ୍ର ଓ ଜାତିଗତ ପ୍ରମାଣ ପତ୍ର ନେଇ ସରକାରୀ ଚାକିରି ପାଇଁ ଆବେଦନ କରିଥିବା ଯାଞ୍ଚ ସମୟରେ ଧାରା ପଡ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button