ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା, କେଉଁଝର ଓ ବଡବିଲ ଟ୍ରାଫିକ ଥାନାକୁ ମଞ୍ଜୁରୀ

ଭୁବନେଶ୍ଵର : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ। କେନ୍ଦୁଝର ଓ ବଡବିଲରେ ହେବ ଦୁଇଟି ଟ୍ରାଫିକ ଥାନା। ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ପ୍ରସ୍ତାବିତ ଥାନା ପାଇଁ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି ହୋଇଛି। ଏ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ ସବ୍‌ ଇନିସପେକ୍ଟର, ୩ ଆସିଷ୍ଟାଣ୍ଟ ସବ୍‌ ଇନିସପେକ୍ଟର , ୨ ହାବିଲଦାର ଓ ୧୧ କନେଷ୍ଟବଳ ପଦ ରହିଛି।

ସେହିପରି କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ପାଇଁ ୨୪ଟି ନୂଆ ପଦବୀ ମଂଜୁର ହୋଇଛି। ଏହି ୨୪ଟି ପଦ ମଧ୍ୟରୁ ୨ ଇନ୍‌ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନସ୍‌ପେକ୍ଟର ଓ ୧୬ଟି କନେଷ୍ଟବଳ ପଦ ରହିଛି।

Leave a Reply

Your email address will not be published. Required fields are marked *

Back to top button