ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ
କଟକ : କଟକ ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ଟିମ୍ ମାଲଗୋଦାମର ଗୁଡ୍ସ ଶେଡ୍ରେ ଚଢ଼ଉ କରି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଛି। ଏହି କାରବାର ବି ପାଣ୍ଡବ ନାମକ ଜଣେ ବ୍ୟକ୍ତି ଚଳାଇଥିବାରୁ ତାଙ୍କ ଗୋଦାମକୁ ସିଲ୍ କରାଯାଇଛି। ଏହାଛଡା ଓଜନ କଣ୍ଟା ସହିତ ଅନ୍ୟାନ୍ୟ ଜିନିଷପତ୍ର ଜବତ ହୋଇଥିବା ଖବର ମିଳିଛି।