ଗୁଗୁଲ, ଫେସବୁକ ଓ ଏଜୁଟେକ କମ୍ପାନିଙ୍କ ଉପରେ ଜିଏସଟି ଲାଗିବ

ନୂଆଦିଲ୍ଲୀ : ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଫେସବୁକ, ଗୁଗୁଲ, ଏକ୍ସ ତଥା ବିଭିନ୍ନ ଏଡୁଟେକ୍ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି। ଏସବୁ କମ୍ପାନିଙ୍କୁ ଟିକସ ରିହାତି ପ୍ରଦାନ କରାଯାଉଥିବ ବେଳେ ଅକ୍ଟୋବର ପହିଲାରୁ ରିହାତିକୁ ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଖବର ଅନୁଯାୟୀ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେହି ଅନୁସରେ ବିଦେଶୀ ଅନଲାଇନ୍ ସୂଚନା ଓ ଡାଟାବେସ୍ ଆକସେସ୍ ରିଟ୍ରାଇଭାଲ ସେବା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକୁ ଆଉ ଜିଏସଟି ପରିସର ବାହାରେ ରଖାଯିବ ନାହିଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜିଏସଟି ଲାଗୁ ହେବାକୁ ଥିବା କମ୍ପାନିମାନଙ୍କ ମଧ୍ୟରେ ଅଛନ୍ତି ବିଜ୍ଞାପନ, କ୍ଲାଉଡ୍ ସେବା, ସଙ୍ଗୀତ, ସଦସ୍ୟତା ଭିତ୍ତିକ ସେବା ଓ ଅନଲାଇନ୍ ଶିକ୍ଷା ପ୍ରଦାନକାରୀ କମ୍ପାନି।