୧୦ ବର୍ଷିୟ ବାଳକକୁ ମାରିଦେଲେ ମାଙ୍କଡ଼ପଲ

ଗାନ୍ଧୀନଗର : ୧୦ ବର୍ଷିୟ ବାଳକକୁ ମାରିଦେଲେ ମାଙ୍କଡ଼ ପଲ। ପିଲାଟିର ପେଟ ଚିରି ଅନ୍ତଃବୁଜୁଳା ବାହାର କରି ଦେବାରୁ ତାର ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ ମଙ୍ଗଳବାର ଏହି ଘଟଣା ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସାଲ୍କି ଗାଁ’ରେ ଘଟିଛି। ବନ ଅଧିକାରୀ କହିଛନ୍ତି ଦେହଗାମ ତାଲୁକ ଅନ୍ତର୍ଗତ ଗୋଟିଏ ମନ୍ଦିର ନିକଟରେ ଏହି ମାଙ୍କଡ଼ ଆକ୍ରମଣ ଘଟଣା ଘଟିଛି। ମୃତ ବାଳକର ନାଁ ଦୀପକ। ଦୀପକ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ମାଙ୍କଡ଼ପଲ ହାବୁଡ଼ରେ ପଡ଼ିଯାଇଥିଲା। ମାଙ୍କଡ଼ପଲ ଦୀପକ ଉପରକୁ କୁଦିପଡ଼ି କାମୁଡ଼ାବା ସହ ପେଟକୁ ଚିରି ପକାଇବାରୁ ଅନ୍ତଃବୁଜୁଳା ବାହାରି ପଡ଼ିଥିଲା। ଦୀପକକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତା’ର ମୃତ୍ୟୁ ଘଟିଥିବା ଡାକ୍ତରମାନେ କହିଛନ୍ତି।



























