ପ୍ରେମିକା ସ୍ଵାତୀଙ୍କୁ ବାହାହେଲେ କ୍ରିକେଟର ନବଦୀପ

ନୂଆଦିଲ୍ଲୀ : କ୍ରିକେଟର ନବଦୀପ ସୈନି ଓ ସ୍ଵାତୀ ଅସ୍ଥାନାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ନଭେମ୍ବର ୨୩ରେ ଏହାର ପରିସମାପ୍ତି ଘଟିଛି। ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୁଖମୟ ବୈବାହିକ ଜୀବନ ପାଇଁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଖବର ଅନୁଯାୟୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ନବଦୀପ ସୈନି ଓ ପ୍ରେମିକା ସ୍ଵାତୀ ଅସ୍ଥାନା ଅନେକ ଦିନଧରି ପ୍ରେମ ସମ୍ପର୍କରେ ରହିଥିଲେ। ଦୁହିଁଙ୍କର ବିବାହ କିଛି ସମ୍ପର୍କୀୟ ଓ ସାଙ୍ଗସାଥୀମାନଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ ହୋଇଛି। ନବଦୀପ ଓ ସ୍ଵାତୀଙ୍କ ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଯାଇଛି। ଏଥିରେ ଦୁହେଁ ଖୁବ ଖୁସି ଥିବା ଦେଖିବାକୁ ମିଳୁଛି।
ସୁଚନାଯୋଗ୍ୟ ସ୍ଵାତୀ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଏଥିସହିତ ସେ ଜଣେ ଫ୍ୟାସନ, ଟ୍ରାଭେଲର ଓ ଲାଇଫଷ୍ଟାଇଲ ବ୍ଲଗର। ସ୍ଵାତୀ କ୍ରମାଗତ ୟୁଟ୍ୟୁବ ଚାନେଲରେ ଭିଡିଓ ପୋଷ୍ଟ କରନ୍ତି। ତାଙ୍କର ୮୫ ହଜାରରୁ ଅଧିକ ଅନୁଗାମୀ ଅଛନ୍ତି।




























