ଦକ୍ଷିଣ-ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେଲା

ଭୁବନେଶ୍ୱର : ଦକ୍ଷିଣ-ଆଣ୍ଡାମାନ ସାଗର ଓ ତାହାର ସଂଲଗ୍ନ ମଲାକ୍କା ଷ୍ଟ୍ରେଟ୍‌ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଥିବା ବେଳେ ଆସନ୍ତା ୩୦ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ତେବେ ୨୯ ତାରିଖ ପରେ ଏ ସମ୍ପର୍କରେ ସ୍ପଷ୍ଟଚିତ୍ର ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ଆସନ୍ତାକାଲିଠାରୁ ୪ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ମୁଖ୍ୟତଃ ପାଗରେ ବି‌ଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଥଣ୍ଡା ଏହିଭଳି ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button