ଆଫଗାନିସ୍ତାନ : ପରଦା ଆଢୁଆଳରେ ବସିଛନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ କହିଥିଲା ଦେଶରେ କେବଳ ହିଜାଵ ପିନ୍ଧୁଥିବା ମହିଳାଙ୍କୁ ଶିକ୍ଷା ଓ ରୋଜଗାର ଅଧିକାର ମିଳିବ। ଏବେ ଏହା ସତ ପ୍ରମାଣିତ ହେଉଛି। ଆଫଗାନ ସଂଘର୍ଷକୁ ନିକଟରୁ କଭର କରୁଥିବା ସାମ୍ବାଦିକ ମଲିକ ଅଚକଜଇ ଦୁଇଟି ଫଟୋ ଗୋଟିଏ ବିଶ୍ୱବିଦ୍ୟାଳୟର ବୋଲି ଟ୍ୱିଟ କରିଛନ୍ତି। ଏଥିରେ ପୁରୁଷ ଓ ମହିଳାଙ୍କୁ ଅଲଗା ଧାଡିରେ ବସିଥିବା ଦେଖିବାକୁ ମିଳୁଥିବା ବେଳେ ଉଭୟ ଧାଡି ମଧ୍ୟରେ ପରଦା ରହିଛି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ତାଲିବାନ ରାଜୁତିରେ ବିଶ୍ୱବିଦ୍ୟାଳୟ କକ୍ଷା…।

ପୂର୍ବରୁ ତାଲିବାନ ପ୍ରବକ୍ତା ସୁହେଲ ଶାହୀନ ମିଡ଼ିଆ ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ମହିଳାଙ୍କ ଅଧିକାରକୁ ନେଇ କୌଣସି ପ୍ରସଙ୍ଗ ଉଠିବ ନାହିଁ। ମହିଳାଙ୍କ ଶିକ୍ଷା, ରୋଜଗାରରେ ସମସ୍ୟା ହେବନାହିଁ। କିନ୍ତୁ ସଂସ୍କୃତି ବଦଳାଇବା ଉଚିତ ନୁହେଁ। ଆମ ସଂସ୍କୃତିରେ ମହିଳାମାନେ ହିଜାଵରେ ଶିକ୍ଷା ଗ୍ରହଣ ଓ କାମ କରିପାରିବେ। ଏହାଛଡା ସେ କହିଥିଲେ ଆମେରିକା ଆଫଗାନିସ୍ତାନରେ ମହିଳାମାନଙ୍କୁ ହିଜାବ ବିନା କାମ ତଥା ଶିକ୍ଷା ଗ୍ରହଣ କରିବା ଅଧିକାର ସୁନିଶ୍ଚିତ କରିବାକୁ କରିଥିବା ଆହ୍ୱାନ ଆଫଗାନ ସଂସ୍କୃତିକୁ ବଦଳାଇବାକୁ ଏକ ପ୍ରୟାସ ଥିଲା। ସଂଗଠନ ଦୃଷ୍ଟିକୋଣରୁ ଏହା ଗ୍ରହଣୀୟ ନୁହେଁ।

Leave a Reply

Your email address will not be published. Required fields are marked *

Back to top button