ସ୍ଵାମୀ ଅରବିନ୍ଦଙ୍କୁ ଗାଳିକଲେ ପାକିସ୍ତାନ ଯାଇଥିବା ଅଞ୍ଜୁ

ନୂଆଦିଲ୍ଳୀ : ଭାରତୀୟ ମହିଳା ଅଞ୍ଜୁ ପାକିସ୍ତାନରେ ପ୍ରେମିକ ନସରୁଲାଙ୍କୁ ବିବାହ କରିଥିବା ସ୍ଵୀକାର କରିଥିଲେ। ତାଙ୍କ ସ୍ଵାମୀ ଅରବିନ୍ଦ ପତ୍ନୀ ଅଞ୍ଜୁଙ୍କୁ ଫେରେଇ ଆଣିବାକୁ ଗଣମାଧ୍ୟମରେ ସରକାରଙ୍କ ନିକଟରେ ଗୁହାରି କରିଥିଲେ। କହୁଥିଲେ ଅଞ୍ଜୁଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇ ପାରୁନାହିଁ।
ହେଲେ ଏତେଦିନ ପରେ ଅରବିନ୍ଦ ଫୋନ୍ ଯୋଗେ ଅଞ୍ଜୁଙ୍କ ସହ କଥା ହୋଇଛନ୍ତି।
ଖବର ଅନୁଯାୟୀ ପ୍ରଥମେ ଅରବିନ୍ଦ ଅଞ୍ଜୁଙ୍କୁ କହିଥିଲେ ତୁମେ ମୋ ସହ ଠିକ୍ କରିନାହଁ। ଉତ୍ତରରେ ଅଞ୍ଜୁ କହିଥିଲେ ପ୍ରଥମେ ନିଜକୁ ଦେଖ। ଉଭୟଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି। ଅଞ୍ଜୁଙ୍କ ପ୍ରି-ଓେଡିଂ ଫଟୋସୁଟ୍ର ଭିଡିଓ ଦେଖି ତୁମେ ପାକିସ୍ଥାନ ଯାଇ ନାଚୁଛ ବୋଲି ଅରବିନ୍ଦ କହୁଥିବା ବେଳେ ତମେ ମିଡିଆ ସାମ୍ନାରେ ନାଚୁଛ ବୋଲି ଉତ୍ତର ଦେଉଛନ୍ତି ଅଞ୍ଜୁ। ଶେଷରେ ଅଞ୍ଜୁ ନିଜ ପିଲାଙ୍କ ପାଇଁ ଭାରତ ଆସିବେ ବୋଲି କହୁଛନ୍ତି।
କେବଳ ସେତିକି ନୁହେଁ ଅଞ୍ଜୁ ଅରବିନ୍ଦଙ୍କୁ ଫୋନ୍ରେ ଅପଶବ୍ଦ ପ୍ରୟୋଗ କରି ମଧ୍ୟ ଗାଳିଗୁଲଜ କରୁଥିବାର ଜଣାପଡିଛି। ଆଜ୍ତକ୍ ସହ କଥା ହୋଇ ଅରବିନ୍ଦ ଏ ସଂପର୍କରେ ଜଣାଇଛନ୍ତି। ତେବେ ପୂର୍ବ ସୂଚନା ଅନୁଯାୟୀ ଅଞ୍ଜୁ ଅଗଷ୍ଟ ମାସରେ ଭାତର ଆସିବେ।




























