୭ରୁ ବଜାରରେ ଶସ୍ତା ଅଟା ବିକ୍ରି ହେବ !

ନୂଆଦିଲ୍ଲୀ : ଡିସେମ୍ବର ୩୧ ପୂର୍ବରୁ ବଜାରରେ ଶସ୍ତା ହେବ। କେନ୍ଦ୍ର ସରକାର ଶସ୍ତାରେ ଅଟା ବିକ୍ରୟ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।
ଖବର ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ରର ମୋଦୀ ସରକାର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରାଯିବ। ସୂଚନା ମିଳିଛି ଡିସେମ୍ବର ୩୧ ପୂର୍ବରୁ ବଜାରରେ ଶସ୍ତା ଅଟା ମିଳିବ। ସରକାର ଶସ୍ତା ଅଟା ବିକ୍ରୟ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।
ସରକାର ଭାରତ କମ୍ପାନି ଅଧିନରେ କିଲୋଗ୍ରାମ ପିଛା ୨୭.୫ ଟଙ୍କା ମୂଲ୍ୟରେ ଅଟା ବିକ୍ରିୟ କରିବେ। ନଭେମ୍ବର ୭ରୁ ଶସ୍ତା ଅଟା ବିକ୍ରି ହେବ ବୋଲି ଆଶା କରାଯାଉଛି। ଶସ୍ତାରେ ଅଟା ବିକ୍ରୟ ପାଇଁ ରାଷ୍ଟ୍ରୀୟ ଉପଭୋକ୍ତ ସହକାରୀ ସଂଘକୁ ନୋଡାଲ ଏଜେନ୍ସି କରାଯିବ। ଭାରତ କମ୍ପାନି ଅଟା ପାଇଁ ଭାରତୀୟ ଖାଦ୍ୟ ନିଗମ ପ୍ରାୟ ୨.୫ ଲକ୍ଷ ଟନ୍ ଗହମ ଆବଣ୍ଟିତ କରୁଛି ବୋଲି ଜଣାପଡ଼ିଛି।