ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର କେମୋ ୱାର୍ଡରେ ଏସି ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ କରିଛି।
ଖବର ଅନୁଯାୟୀ ଆଜି ସକାଳେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର କେମୋ ୱାର୍ଡ ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ଲାଗିଯାଇଥିଲା। ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବାରୁ ପୋଡାଗନ୍ଧ ହୋଇଥିଲା। ଫଳରେ ମେଡ଼ିସିନ ୱାର୍ଡରେ ଚିକିତ୍ସିତ ରୋଗୀମାନେ ତୁରନ୍ତ ବାହାରକୁ ଚାଲିଆସିଥିଲେ। ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।