ବାଂଲାଦେଶରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା

ଢାକା : ବାଂଲାଦେଶର ପୂର୍ବପ୍ରାନ୍ତ ଭୈରବ ସହରରେ ଭୟଙ୍କର ଟ୍ରେନ ଘଟଣା ଘଟିଛି। ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି।
ଖବର ଅନୁଯାୟୀ ମାଲ ଗାଡ଼ି ସହିତ ଯାତ୍ରୀବାହୀ ଟ୍ରେନର ଧକ୍କା ହେବାରୁ ଯାତ୍ରୀବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି। ଅନେକ ଲୋକ ଏହି ବଗି ଗୁଡ଼ିକରେ ଫସି ରହିଛନ୍ତି। ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଦୁର୍ଘଟଣା ସ୍ଥଳରୁ ୨୦ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ବଗି ତଳେ ରହିଥିବାରୁ ଉଦ୍ଧାରକାରୀ ଦଳ ବିଗ ଗୁଡ଼ିକୁ କାଟି ଲୋକଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ଘଟିଥିଲା। ସିଗ୍ନାଲଗତ ତ୍ରୁଟି ଯୋଗୁ ଏକ ସମୟରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସି ଯାଇଥିବା କୁହାଯାଇଛି।



























