ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ପ୍ରତିବାଦରେ କଂଗ୍ରେସର ଧାରଣା

ବରଗଡ଼ : ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ କଂଗ୍ରେସ କର୍ମୀ ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଥିବା ସୂଚନା ମିଳିଛି।
ଖବର ଅନୁଯାୟୀ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ କହିଛନ୍ତି ଘଟଣାର ଦୁଇଦିନ ବିତିଥିଲେ ମଧ୍ୟ ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନ ହେବା ଦୁର୍ଭାଗ୍ୟଜନକ। ଭଙ୍ଗାରୁଜା ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ସମ୍ପୃକ୍ତ କହିଥିଲେ ବରଗଡ଼ ଏସ୍ ପି କହିଥିଲେ। ଏଯାଏ କାହିଁକି କାହାରିକୁ ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଦୋଷୀମାନଙ୍କୁ ଗିରଫ କରାନଯାଏ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ ରବିବାର ଅପରାହ୍ନରେ ଅମ୍ବାଭୋନା ଥାନାରେ ଶତାଧିକ ଲୋକ ଭଙ୍ଗାରୁଜା କରିଥିଲେ।