ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ : ୩ ଗିରଫ

ଭୁବନେଶ୍ଵର : ଅନ୍ତଃରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦାଫାସ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ସ୍ପେସଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶେଖ ହାପିଜୁଲ, ଶେଖ ଜାହାଙ୍ଗୀର ଓ ଶେଖ ଜାମିରୁଦିନ।
ଖବର ଅନୁଯାୟୀ ଅଭିଯୁକ୍ତମାନେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଝାରଖଣ୍ଡ ଓ ଅନ୍ୟ ରାଜ୍ୟରେ ବ୍ୟାଙ୍କ ଠକେଇରେ ସଂପୃକ୍ତ। ଏକ ସଂସ୍ଥା ମାଧ୍ୟମରେ ବିଭିନ୍ନ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲିବାକୁ ୧୦ରୁ ୧୫ ଜଣ ଲୋକଙ୍କୁ ଦରମା ଦେଇ ରଖାଯାଇଥିଲା। ଟାର୍ଗେଟରେ ଥିଲେ ଗରିବ ଗ୍ରାମବାସୀ ଆଦିବାସୀ। ୨୦୦୦ ଟଙ୍କା ଦେଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଉଥିଲା। ଆକାଉଣ୍ଟ ଖୋଲିବା ବେଳେ ବ୍ୟାଙ୍କରେ ପ୍ରି ଆକ୍ଟିଭେଟ ମୋବାଇଲ ସିମ କାର୍ଡ ନମ୍ବର ଦିଆ ଯାଉଥିଲା। ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହୁଥିବା ନମ୍ବର ଆକାଉଣ୍ଟଧାରୀ ବଦଳରେ ଠକଙ୍କର ରହୁଥିଲା ବୋଲି । ଏହି ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ବିଭିନ୍ନ ସାଇବର ଠକେଇରେ ବ୍ୟବହାର ହେଇଥିଲା ବୋଲି ଏସ୍ଟିଏଫ୍ ସୂଚନାରୁ ଜଣାପଡିଛି।