୩୧ରେ ନୂଆ ରାଜ୍ୟପାଳ ରଘୁବର ଦାସ ଶପଥ ନେବେ

ଭୁବନେଶ୍ଵର : ଆସନ୍ତା ୩୧ ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଶପଥ ଗ୍ରହଣ କରିବେ। ଚଳିତମାସ ୨୯ ତାରିଖରେ ସେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁଯାୟୀ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆସନ୍ତାକାଲି ଓଡ଼ିଶା ଛାଡ଼ିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜଭବନ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଅନ୍ୟପକ୍ଷରେ ଝାଡ଼ଖଣ୍ଡର ଜାମସେଦପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରଘୁବର ଦାସ କହିଥିଲେ ଦୁନିଆରେ କେଉଁ କାମ ଅସମ୍ଭବ ନୁହେଁ। ୧୯୮୦ରୁ ଭାରତୀୟ ଜନତା ପାର୍ଟି ଯେଉଁ ଦାୟିତ୍ୱ ଦେଇଛି ତାକୁ ଅତି ନିଷ୍ଠାର ସହ ସମ୍ପାଦନ କରିଛି। ଓଡ଼ିଶା କିଭଳି ବିକାଶର ନୂଆ ଶିଖର ଛୁଇଁବ ଓ ସରକାରଙ୍କ ସହିତ କିଭଳି ସମନ୍ୱୟ ରଖି କାମ କରାଯାଇ ପାରିବ ସେ ଦିଗରେ ଗୁରୁତ୍ୱ ଦେବି।

Leave a Reply

Your email address will not be published. Required fields are marked *

Back to top button