ବ୍ରାଉନସୁଗର ଡିଲ୍ ବେଳେ ଦୁଇ ମାଫିଆ ଗିରଫ

ଭୁବନେଶ୍ଵର : ବ୍ରାଉନ୍ସୁଗର ଡିଲ୍ ବେଳେ ଦୁଇ ମାଫିଆଙ୍କୁ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଏଥିସହ ୬୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ ହୋଇଥିବା ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ଖବର ଅନୁଯାୟୀ ବଡ଼ଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ୍ସୁଗର ଆସୁଥିଲା। ଜଳେଶ୍ୱରର ଆଜମିର ଖାଁ ଓ ବସ୍ତାର ଶେଖ ସାଦିରୁଦ୍ଦିନ ଏକ ବୋଲେରୋରେ ବ୍ରାଉନ୍ସୁଗର ଆଣିଥିଲେ। ସିଆର୍ପି ଫ୍ଲାଏ ଓଭର ବ୍ରିଜ୍ ନିକଟରେ ଗାଡ଼ି ଛିଡ଼ା କରି ସେମାନେ ଡିଲ୍ କରୁଥିବା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଟିମ୍କୁ ସୂଚନା ମିଳିବାରୁ ଚଢ଼ଉ କରାଯାଇ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ। ପୋଲିସ ବୋଲେରୋ ଜବତ କରିବା ସହିତ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନଙ୍କୁ ଗିରଫ କରିଛି।
ପୋଲିସ କମିଶନର କହିଛନ୍ତି ମେ’ ମାସରେ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆଜି ପର୍ଯ୍ୟନ୍ତ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୬୧ ମାମଲା ରୁଜୁ ହୋଇଛି। ଏଥିରେ କଟକରେ ୯ଟି ମାମଲା ରହିଛି। ଆଗକୁ ଅପରେସନ୍ ହ୍ୱାଇଟ୍ସ ସ୍ପାଇଡର’ ଜୋରଦାର କରାଯିବ ବୋଲି ସେ କହିଛନ୍ତି।