ଭାରତରେ ଉପଲବ୍ଧ ହେଲା ରିଏଲମି C 25Y

ନୂଆଦିଲ୍ଲୀ : ଦେଶର ଅନ୍ୟତମ ସ୍ମାର୍ଟ ଫୋନ କମ୍ପାନୀ ରିଏଲମି ଏକ ଦମଦାର ମୋବାଇଲ ଫୋନ୍‌ C25Y ମଡେଲର ବଜାର ପ୍ରବେଶ କରାଇଛି। ଏହି ଫୋନରେ ଦମଦାର ଫିଚର ସହିତ ରହିଛି ଆକର୍ଷଣୀୟ ଲୁକ୍‌।

ମଙ୍ଗଳବାର ଠାରୁ ରିଏଲମି ସ୍ମାର୍ଟଫୋନ ଭାରତରେ ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ବେଳେ ପ୍ରି-ବୁକିଙ୍ଗ ୨୦ ସେପ୍ଟେମ୍ୱରରୁ ଆରମ୍ଭ ହୋଇଥିଲା। କିନ୍ତୁ ଆଜିଠାରୁ ଫ୍ଲିପ୍‌ କାର୍ଟ, ରିଟେଲ ଷ୍ଟୋର ଓ ରିଏଲମି ସାଇଟରେ ମୋବାଇଲ ଉପଲବ୍ଧ। ଏହି ମୋବାଇଲରେ ରହିଛି ୫୦ମେଗା ପିକ୍ସେଲ ରିୟର୍ କ୍ୟାମେରା ଓ ୫୦୦୦ mAh ବ୍ୟାଟେରୀ। ଏଥିସହ ୪ ଜିବି Ram ଓ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଫିଚର। ଦାମ ୧୦,୯୯୯ ଟଙ୍କା। ଏହାଛଡା ୪ ଜିବି Ram ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ଫୋନର ଦାମ୍ ୧୧,୯୯୯ ଟଙ୍କା ରଖାଯାଇଛି।

ଏହି ଫୋନରେ ଅଛି ୬.୫ ଇଞ୍ଚ୍‌ ମିନି ଡ୍ରପ୍ ଫୁଲ ସ୍କ୍ରିନ ଓ HD ଡିସପ୍ଲେ। ପ୍ରୋସେସର୍ : Unisco T610(କ୍ଲକ ସ୍ପିଡ୍‌ 1.8GHz)। ଟ୍ରିପଲ ରିୟର କ୍ୟାମେରା ସେଟଅପ୍ : 50MP(ପ୍ରାଇମେରି ସେନ୍ସର)+2MP(ମାକ୍ରୋ ଲେନ୍ସ)+2MP(ବ୍ଲାକ ଏଣ୍ଡ ହ୍ୱାଇଟ୍)। ଫ୍ରଣ୍ଟ କ୍ୟାମେରା: 8 ମେଗାପିକ୍ସେଲ୍‌। ବ୍ୟାଟେରୀ : 5000 ଏମ୍ଏଚ୍। ଖାସ୍‌ ଫିଚର: ୧୮ ୱାଟ୍ ଫାଷ୍ଟ ଚାର୍ଜିଙ୍ଗ ସୁବିଧା ଓ କନେକ୍ଟିଭିଟି : 4G VoLTE ୱାଇଫାଇ, ବ୍ଲୁଟୁଥ, ଜିପିଏସ୍ ଓ ୟୁଏସବି ଟାଇପ୍ ସି ପୋର୍ଟ।

Leave a Reply

Your email address will not be published. Required fields are marked *

Back to top button