ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପର ଭାଇଜର

ନୂଆପଡା : ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଇସିଡିଏସ ସୁପର ଭାଇଜର ହର୍ଶମଣୀ ଦେଈ। ସାଗୁନଭାଡି-୨ ନମ୍ବର ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଖବର ଅନୁଯାୟୀ ସୁପରଭାଇଜର ହର୍ଶମଣୀ ଦେଈ ଖଡିଆଳ ଥାନା ଅଁଳାଭଟା ଗାଁର। କିନ୍ତୁ ଖଡିଆଳରେ ଭଡାଘର ନେଇ ରହୁଥିଲେ। ସିନାପାଲି ଅଫିସ୍ ଓ ଖଡିଆଳ ଭଡାଘର ସମେତ ଅଁଳାଭାଟାରେ ଭିଜିଲାନ୍ସ ଚଢ଼ଉ କରିଛି। ଏ ଚଢଉରେ ନୂଆପଡା, ମାଲକାନଗିରି,ନବରଙ୍ଗପୁର ଓ ଜୟପୁର ଭିଜିଲାନସ୍ ଟିମ୍ ସାମିଲ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ସିନାପାଲି ବ୍ଲକର ଛତିଗୁଡା ସେକ୍ଟରର ସୁପରଭାଇଜର ହର୍ଷମଣି ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ମୂଲଚାଲ କରି ୮୦ ହଜାର ଟଙ୍କା ଦେବାକୁ ବିକାଶ ରଞ୍ଜନ ବାଗ ରାଜି ହୋଇଥିଲେ। ଏହି ଟଙ୍କା ସିନାପାଲି ବସଷ୍ଟାଣ୍ତରେ ନେଲାବେଳେ ହର୍ଶମଣୀଙ୍କୁ ଭିଜିଲାନ୍ସ ଧରିଛି।

Leave a Reply

Your email address will not be published. Required fields are marked *

Back to top button