ବିହାର : ଗଙ୍ଗାନଦୀରେ ନିର୍ମାଣାଧୀନ ପୋଲ ଭୁଷୁଡ଼ିଲା

ପାଟନା : ଭାଗଲପୁର ଓ ଖଗରିଆକୁ ସଂଯୋଗ କରିବା ପାଇଁ ଗଙ୍ଗାନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଷୁଡ଼ି ପଡ଼ିଛି। ପୂର୍ବରୁ ମଧ୍ୟ ଏହି ପୋଲ ଭୁଶୁଡ଼ିଥିଲା।

ଖବର ଅନୁଯାୟୀ ଭାଗଲପୁର ଓ ଖଗରିଆକୁ ସଂଯୋଗ ପାଇଁ ୧୭୦୦ କୋଟି ବ୍ୟୟରେ ଗଙ୍ଗାନଦୀ ଉପରେ ନିର୍ମାଣାଧୀନ ଚାରି ଲେନ୍ ବିଶିଷ୍ଟ ସେତୁ। ଆଜି ହଠାତ୍ ଏହାର ପୂରା ସୁପର ଷ୍ଟ୍ରକ୍ଚର ଭାଙ୍ଗି ନଦୀକୁ ଖସି ପଡ଼ିଥିଲା। ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜଠାରେ ଏହା ନିର୍ମାଣ ହେଉଥିଲା। ୨୦୧୪ରେ ଭାଗଲପୁରର ସୁଲତାନଗଞ୍ଜ ଓ ଖଗରିଆ ମଧ୍ୟରେ ସେତୁର ଶିଳାନ୍ୟାସ କରିଥିଲେ ନୀତୀଶ କୁମାର। ନିର୍ମାଣାଧୀନ ପୋଲର ସୁପର ଷ୍ଟ୍ରକ୍ଚର ମଧ୍ୟ ନଦୀକୁ ଖସି ପଡ଼ିଥିଲା। ପ୍ରାୟ ୧୦୦ ମିଟର ଲମ୍ବର ଅନେକ ସ୍ତମ୍ଭର ୩୦ରୁ ଅଧିକ ସ୍ଲାବ୍ ଭୁଶୁଡ଼ି ପଡ଼ିଛି। ଏହାକୁ ନେଇ ବିହାର ବିଜେପି ନେତା ବିଜୟ କୁମାର ସିହ୍ନା କହିଛନ୍ତି ପୋଲ ନୁହେଁ, ବିହାରବାସୀଙ୍କ ବିଶ୍ୱାସ ଭାଙ୍ଗିଯାଇଛି। ଦୁଇଥର ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ପ୍ରମାଣ କରୁଛି ଦୁର୍ନୀତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button