କଗ୍ରେସ ଓ ବିଜେଡି ନେତାଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ବିଜେପିରେ ମିଶିଲେ
ଭୁବନେଶ୍ୱର : ବିଜେପି କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ଛାଡି ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେଡି ନେତା ସତ୍ୟବାଦୀ ନାୟକ, ମାଧବାନନ୍ଦ ବେହେରା, ମୁରଲୀଧର ବେହେରା, ଗଣେଶ୍ୱର ସାହୁ, ବାବା ବେହେରା, ସତ୍ୟାନନ୍ଦ ବେହେରା, ବିଜୟ ବେହେରା, ଭାଗବତ ଜେନାମଣି ପ୍ରମୁଖ ଅନେକ ନେତୃବୃନ୍ଦ ବିଜେପିରେ ଯୋଗଦେଇଛନ୍ତି।
ସେହିପରି ବୁଧବାର ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ସୁସଂଗଠକ ହିମାଂଶୁ ଶେଖର ସାହୁ ବିଜେପିରେ ମିଶିଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ନରେଶ ଚନ୍ଦ୍ର ମହାନ୍ତି, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ସାରଥୀ ଜେନା, ପୂର୍ବତନ ରସୁଲପୁର ବ୍ଲକ ଅଧ୍ୟକ୍ଷ ପ୍ରକାଶ କୁମାର ସାମଲ, ପୂର୍ବତନ ସରପଂଚ ରବିନ୍ଦ୍ର ଦାସ, ସଂଗ୍ରାମ କେଶରୀ ଜେନା, ବିଷ୍ଣୁଚରଣ ବାରିକ, କୁଳମଣି ପଣ୍ଡା, ପୂର୍ବତନ ସମିତି ସଭ୍ୟ ମାଗୁଣି ବେହେରା, ଧରିତ୍ରୀ ସାମଲ, ବୈରାଗୀ ମଲ୍ଲିକଙ୍କ ସମେତ ଅନୁକର ପ୍ରଧାନ, ମନୋରଂଜନ ବେହେରା, ଶରତ ଚନ୍ଦ୍ର ଧଳ, ନିରଂଜନ ମଲ୍ଲିକ, ପ୍ରମୋଦ ସାହୁ, ବିକ୍ରମ ସାହୁ, ନିଗମ ଲେଙ୍କା, ନକୁଳ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଚରଣ ଦେହୁରୀ, ସୁବାଷ ମଲ୍ଲିକ, କ୍ଷୀରୋଦ ସାହୁ, ଦଳଗୋବିନ୍ଦ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ଏହାଛଡା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ବିଶ୍ୱରଞ୍ଜନ ଦାସ, ସନ୍ତୋଷ କୁମାର ନାୟକ, ଅଶୋକ କୁମାର ବିଶ୍ୱାଳ, ଚିଂଟୁ ଖୁଂଟିଆ, ପ୍ରଭାକର ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି
ଓଡିଶା ହାଇକୋର୍ଟର ଓକିଲ ଶ୍ରୀମତୀ ଚିନୁ ରାଣୀ ପଣ୍ଡା ଓ ଶ୍ରୀମତୀ ଜିନୁ ରାଣୀ; ମାର୍ଶଲ ଆର୍ଟ, ତାଇକୋଣ୍ଡ, କରାଟେ ଏବଂ କିକ୍ ବକ୍ସିଂ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ସୁନାମଧନ୍ୟ ଖେଳାଳୀ ଡ. ଅର୍ଚ୍ଚନା କାନୁନଗୋ, ସମାଜସେବୀ ତଥା ବିଶିଷ୍ଟ ଗୀତିକାର ଏବଂ ଲେଖକ ଶ୍ରୀମତୀ ନିହାରୀକା ପଟ୍ଟନାୟକ; ବରଗଡର ସୁନାମଧନ୍ୟ ଚିକିତ୍ସକ ଡ. ରାମକୃଷ୍ଣ ପୁରୋହିତ ଏବଂ ଜଟଣୀବାସିନ୍ଦା ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଅଯୋଧ୍ୟା ଶତପଥୀ ମଧ୍ୟ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ନୂତନ ସଦସ୍ୟମାନେ ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରି ବିଜେପିର ସଦସ୍ୟ ହୋଇଥିଲେ। ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା।
ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।