ବିଜେଡି ପାଣ୍ଡିଆନଙ୍କୁ ଆଣିବାକୁ ଗଳା ବାଟ ଖୋଜୁଛି : ଗୋଲକ ମହାପାତ୍ର

ଭୁବନେଶ୍ଵର : ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରେଇବାକୁ ବିଜେଡି ଗଳା ବାଟ ଖୋଜୁଛି। ଏହା କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର।
ଖବର ଅନୁଯାୟୀ ଶ୍ରୀ ମହାପାତ୍ର କହିଛନ୍ତି ବିଜୁ ଜନତା ଦଳରେ ପ୍ରବଳ ଅନ୍ତକନ୍ଦଳ ରହିଛି। ସେଥିପାଇଁ ବର୍ତ୍ତମାନ ଭି.କେ. ପାଣ୍ଡିଆନଙ୍କୁ ସିଧାସଳଖ ବିଜେଡିରେ ନ ମିଶାଇ ଗଳା ବାଟରେ ଆଣିବାକୁ ଯୋଜନା ହୋଇଛି। ବିଜେଡି ନେତାମାନଙ୍କର ବୟାନବାଜି ହେଉ କିମ୍ବା ପୂର୍ବରୁ ବିଭିନ୍ନ କାର୍ଯ୍ୟକଳାପ ସେଇ ସଙ୍କେତ ଦେଉଛି। ଆମେ କହୁଥିଲୁ ତାଙ୍କର ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ନ୍ତୁ। ପୁଣି ତ ଚାକିରି କଲେଣି। ଯଦି ରାଜନୀତି କରିବାର କଥା ଥିଲା ତେବେ ସିଧାସଳଖ ତାଙ୍କ ଦଳରେ ମିଶି ପାରିଥାନ୍ତେ। କିନ୍ତୁ ତାହାନକରି ଗଳା ବାଟ ଜରିଆରେ ରାଜନୀତିକୁ ଆସିବକୁ ଯୋଜନା କରାଯାଉଛି।