ଦମ୍ପତ୍ତିଙ୍କୁ ବାଥରୁମରେ ବନ୍ଦକରି ଗହଣା ଲୁଟିଲେ ଲୁଟେରା
ଭୁବନେଶ୍ଵର : ରାଜଧାନୀରେ ଭୁବନେଶ୍ଵରରେ ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଡକାୟତି। ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରେ ଏହି ଘଟଣା ଘଟିଛି। ଦମ୍ପତ୍ତିଙ୍କୁ ବାଥରୁମରେ ବନ୍ଦକରି ସୁନା ଗହଣା ଲୁଟିନେଇଛନ୍ତି।
ଖବର ଅନୁଯାୟୀ ପରିବାର ଘରେ ଥିବା ବେଳେ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ନେଇ ଘରେ ପଶିଥିଲେ। ଦମ୍ପତ୍ତିଙ୍କୁ ବାଥରୁମରେ ବନ୍ଦ କରିଦେଇ ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଥିଲେ। କମିଶନରେଟ ପୋଲିସର ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଥିବା ଜଣାପଡିଛି।