ୟୁକ୍ରେନକୁ କ୍ଲଷ୍ଟର ବମ୍ ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବମ୍ ଯୋଗାଇବ। ଆମେରିକାର ଏହି ବୟାନ ପରେ ପଡୋଶୀ ରାଷ୍ଟ୍ର ଜର୍ମାନୀ, ଇଟାଲୀ, ଇଂଲଣ୍ଡ ଓ ସ୍ପେନ୍ ଚିନ୍ତାରେ ପଡିଯାଇଛନ୍ତି। କାରଣ ଏହି ବମର ବ୍ୟବହାର ଉପରେ ପ୍ରାୟ ୧୦୦ଟି ଦେଶ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଆମେରିକା ଏଭଳି କୌଣସି କାମ ନକରୁ। ଆମ ପାଖରେ ମଧ୍ୟ ବିପୁଳ ପରିମାଣରେ କ୍ଲଷ୍ଟର ବମ୍ ରହିଛି।

ତେବେ ଆସନ୍ତୁ ଜାଣିବା କ୍ଲଷ୍ଟର ବମକୁ ନେଇ କାହିଁକି ସମସ୍ତେ ଆତଙ୍କିତ। ଏହାର କାରଣ ହେଲା କଷ୍ଟର ବମ୍ ଭିତରେ ଛୋଟ ଛୋଟ ଅନେକ ବମ୍ ରହିଥାଏ। ଯାହା ସାହାଯ୍ୟରେ ଏକ ବଡ ଅଞ୍ଚଳରେ ଘାତକ ଆକ୍ରମଣ କରାଯାଇପାରିବ। ସେଥିପାଇଁ ଏହାକୁ କ୍ଲଷ୍ଟର୍ ମ୍ୟୁନିସନ୍ ମଧ୍ୟ କୁହାଯାଏ। ଏହି ବମକୁ ଫାଇଟର୍ ଜେଟ୍ କିମ୍ବା ମିଜାଇଲରେ ସାହାଯ୍ୟରେ ଟାର୍ଗେଟକୁ ହିଟ୍ କରାଯାଏ।

ସୂଚନାଯୋଗ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବମକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥିଲା। ବିମାନ ସାହାଯ୍ୟରେ ବଡ ବଡ ଅଞ୍ଚଳ ଉପରେ ଏହି ବମ ପକାଗଲେ ସମଗ୍ର ଅଞ୍ଚଳକୁ ଧ୍ୱସ୍ତ ବିଧ୍ୱସ୍ତ କରାଯାଇପାରିବ। ଗୋଟିଏ ବଡ ବମ୍ ଭିତରେ ଅନେକ ଛୋଟ ବମ୍ ଥିବାରୁ ଏହା ବିଛାଡି ହୋଇ ଚାରିଆଡେ ପଡିବ। ବଡ ବିସ୍ଫୋରଣ ଏହି ବମର ବ୍ୟବହାର କରାଯିବାକୁ ଥିବା ବେଳେ ସେଥିପାଇଁ ଅନେକ ରାଷ୍ଟ୍ର ଆତଙ୍କିତ ଅବସ୍ଥାରେ ରହିଥାନ୍ତି।

Leave a Reply

Your email address will not be published. Required fields are marked *

Back to top button