କଂଗ୍ରେସରୁ ନାରାୟଣ ଜେନା ବହିଷ୍କୃତ

ଭୁବନେଶ୍ଵର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ପ୍ରେସ ବିବୃତ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା।
ଖବର ଅନୁଯାୟୀ ଗତକାଲି ପିସିସି ଶୃଙ୍ଖଳା କମିଟି ବୈଠକରେ ନାରାୟଣ ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶଯାଇଥିଲା। ସେ ଦଳ ଓ ପିସିସି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇ ଖୋଲାଖୋଲି ଶୃଙ୍ଖଳା ଭଙ୍ଗ କରିଥିବା ଶୃଙ୍ଖଳା କମିଟି ଅଭିଯୋଗ ଆଣିଥିଲା।