କ୍ରିକେଟ ବିଶ୍ୱକପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : କ୍ରିକେଟ ବିଶ୍ୱକପ୍‌-୨୦୨୩ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶାର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଈଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର,କେ.ଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ। ଏଥର ଦଳରେ କେ.ଏଲ ରାହୁଲ ଓ ଶ୍ରେୟସ ଆୟରଙ୍କୁ ସାମିଲ କରାଯାଇଛି। କିନ୍ତୁ ସଞ୍ଜୁ ସାମସନ, ପ୍ରସିଦ୍ଧ କୃଷ୍ଣ, ତିଲକ ବର୍ମା ଓ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦଳରେ ସ୍ଥାନ ପାଇନାହାନ୍ତି।

ରୋହିତ ଶର୍ମା କହିଛନ୍ତି ଆମେ ତିନି ଜଣ ଅଲରାଉଣ୍ଡର, ୪ ଜଣ ସିମର ଓ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇଛୁ। ଏହାଠୁ ଅଧିକ ଆମେ କିଛି କରିପାରିଥାଆନ୍ତୁ ବୋଲି ମୁଁ ଭାବୁନାହିଁ। ଆମେ ପାଖରେ ଥିବା ସମସ୍ତ ସାଧନକୁ ବିଚାରକୁ ନେଇ ଏହି ଦଳ ଗଠନ କରାଯାଇଛି।

ସୂଚନାଯୋଗ୍ୟ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆଗାମୀ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୫ ଉଦ୍‌ଘାଟନୀ ମ୍ୟାଚ୍ ଖେଳିବେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ। ଅହମଦାବାଦରେ ଏହା ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଅକ୍ଟୋବର ୧୪ରେ ତୃତୀୟ ମ୍ୟାଚ୍‌ ଅହମଦାବାଦରେ ପାକିସ୍ତାନ ବିପକ୍ଷରେ ଖେଳିବ।

Leave a Reply

Your email address will not be published. Required fields are marked *

Back to top button