ନିଆଁଲାଗି ଜଳିଗଲା ଚୌଧୁରୀ ବଜାର ଲୁଗାଦୋକାନ

କଟକ : ଆଜି ସକାଳେ ଚୌଧୁରୀ ବଜାର ଲୁଗାଦୋନର ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ଚତୁର୍ଥ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ବହୁ ପରିମାଣର ଶାଢ଼ୀ, କପଡ଼ା ଓ ପ୍ଲାଷ୍ଟିକ ଇଣ୍ଟେରିୟର୍ ପୋଡ଼ି ପାଉଁଶ ହୋଇଯାଇଛି। ୯ଟି ଅଗ୍ନିଶମ ବାହିନୀର ଅକ୍ରାନ୍ତ ପରିଶ୍ରମ ଫଳରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି।

ଦୋକାନରେ କିପରି ନିଆଁ ଲାଗିଲା ଜଣାପଡ଼ି ନାହିଁ। କଟକ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button