ଅକ୍ଟୋବର ୧ରୁ ଏସବୁ ନିୟମ ବଦଳିବ

ନୂଆଦିଲ୍ଲୀ : ଅକ୍ଟୋବର ପହିଲାରୁ କେତୋଟି ନିୟମ ବଦଳିବ। ବଜାରରେ ଅଚଳ ହୋଇଯିବ ଦୁଇ ହଜାର ଟଙ୍କା ନୋଟ। ତେଣୁ ୨ ହଜାର ଟଙ୍କା ନୋଟ ପାଖରେ ଥିଲେ ସେପ୍ଟେମ୍ବର ୩୦ ପୂର୍ବରୁ ବ୍ୟାଙ୍କରେ ବଦଳାଇବା ଉଚିତ। ନଚେତ ଏପରି ନୋଟ କାହାଠୁ ଧରାପଡିବା ଧର୍ତ୍ତବ୍ୟ ଅପରାଧ ହୋଇପାରେ।

ସେହିପରି ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ ୨୦୨୩ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ଜନ୍ମ ପ୍ରମାଣପତ୍ର ଶିକ୍ଷଣାନୁଷ୍ଠାନରେ ପ୍ରବେଶ, ଡ୍ରାଇଭିଂ ଲାଇସେନ୍ସ ଆବେଦନ, ଭୋଟର ପଞ୍ଜିକରଣ, ଆଧାର ସଂଖ୍ୟା ପ୍ରାପ୍ତ କରିବା, ବିବାହ ପଞ୍ଜିକରଣ ଓ ସରକାରୀ ଚାକିରୀରେ ନିଯୁକ୍ତି ସହିତ ବିଭିନ୍ନ ଆବଶ୍ୟକତା ପାଇଁ ସମନ୍ୱିତ କାଗଜାତ ଭାବେ କାମ କରିବ।

୨୦୨୩ ଅକ୍ଟୋବର ୧ରୁ ଏକ ନୂଆ କର ସଂଗ୍ରହ ନିୟମ ଲାଗୁ କରାଯିବ। ଏତିରେ ଅଲଗା ଟ୍ରାଞ୍ଜାକ୍ସନ ନିମନ୍ତେ ୨୦ ପ୍ରତିଶତ ଶୁଳ୍କ (ଟିସିଏସ୍) ସଂଗ୍ରହ ସାମିଲ ଅଛି। ଯାହା କେବଳ ବିଦେଶ ଯାତ୍ରା ମଧ୍ୟରେ ସୀମିତ ନାହିଁ। ବିଦେଶ ସହ କୌଣସି ପ୍ରକାରର ନେଣଦେଣକୁ ମଧ୍ୟ ସାମିଲ କରାଯାଇଛି। ଏହି ନିୟମରେ ମହତ୍ୱ ଅନ୍ତର୍ଜାତୀୟ ଯାତ୍ରୀ, ବିଦେଶୀ ଷ୍ଟକ୍, ମ୍ୟୁଚୁଆଲ ଫଣ୍ଡ ଓ କ୍ରିଫ୍ଟୋ କରେନ୍ସିରେ ନିବେଶ ସହିତ ବିଦେଶୀ ଶିକ୍ଷା ପ୍ରାପ୍ତ କରୁଥିବା ଲୋକେ ସାମିଲ ହେବେ।

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଟ୍ରେଡିଂ ଆକାଉଣ୍ଟ, ଡିମାଟ ଆକାଉଣ୍ଟ ଓ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କୁ ୩୦ ସେପ୍ଟେମ୍ବର ପୂର୍ବରୁ ନିଜର ନୋମିନେସନ କରିନେବାକୁ ବାଧ୍ୟତାମୂଳକ କରିଛନ୍ତି। ସେବି ଏହି ସମୟ ସୀମାକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ତେବେ ୩୦ ସେପ୍ଟେମ୍ବର ପୂର୍ବରୁ ଯେଉଁମାନେ ଆକାଉଣ୍ଟର ନୋମିନେସନ କରିନଥିଲେ ସେମାନଙ୍କ ଆକାଉଣ୍ଟ ଫ୍ରିଜ କରିବେ ବୋଲି ସରକାର ସତର୍କ କରିଥିଲେ।

ସାର୍ବଜନିକ ଭବିଷ୍ୟନିଧି (ପିପିଏଫ), ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସସିଏସଏସ୍) ଓ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନଏସସି) ଭଳି ସ୍ମଲ ସେଭିଂସ ସ୍କିମରେ ନିବେଶକାରୀଙ୍କୁ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ସେମାନଙ୍କ ପାନ କାର୍ଡ ଓ ଆଧାର ବିବରଣୀ ପ୍ରସ୍ତୁତ କରିବାକୁ ହେବ। ସରକାରୀ ଅଧିସୂଚନା ଅନୁସାରେ ଏହି ଆବଶ୍ୟକତାକୁ ପୂରଣ କରିବାରେ ବିଫଳ ଲୋକଙ୍କ ଆକାଉଣ୍ଟକୁ ୧ ଅକ୍ଟୋବରରୁ ନିଲମ୍ବନର ସମ୍ମୁଖୀନ ହେବାକୁ ପଡିପାରେ।

Leave a Reply

Your email address will not be published. Required fields are marked *

Back to top button