ସେପ୍ଟେମ୍ବରରେ ଜାତୀୟ ନିର୍ବାଚନ ଆୟୋଗଙ୍କ ଅଫିସର ଟିମ୍ ଓଡ଼ିଶା ଆସିବେ

ଭୁବନେଶ୍ଵର : ନିର୍ଦ୍ଧାରିତ ଅବଧିରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏନେଇ ଜାତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ମଙ୍ଗଳବାର ଗଣମାଧ୍ୟମକୁ ଶ୍ରୀ ଧଳ କହିଛନ୍ତି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସେପ୍ଟେମ୍ବର ୧୩ ତାରିଖରେ ଓଡ଼ିଶା ଆସି ଜିଲ୍ଲାପାଳମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନା କରିବେ। ଏହା ଏକ ରୁଟିନ୍ ପ୍ରକ୍ରିୟା। ମୁଖ୍ୟ ନିର୍ବାଚନ ଆୟୋଗ କିମ୍ବା ଆୟୋଗଙ୍କ ସଦସ୍ୟ କେହି ଏବେ ଆସିବେ ନାହିଁ କିମ୍ବା ସେ ସମ୍ପର୍କରେ କୌଣସି ସୂଚନା ନାହିଁ।

ସେ କହିଲେ ସାଧାରଣ ନିର୍ବାଚନ ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଏ। ରାଜ୍ୟରେ ଆବଶ୍ୟକ ଅନୁସାରେ ଇଭିଏମ୍ ମେସିନ୍ ପହଂଚିସାରିଛି। ୯ଟି ଜିଲ୍ଲାରେ ଭିଭିପାଟ୍ ପହଂଚିଛି ଓ ବାକି ୨୧ଟି ଜିଲ୍ଲା ପାଇଁ ଖୁବଶୀଘ୍ର ଭିଭିପାଟ୍ ଆସିବ। ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ଉଭୟ ଇଭିଏମ୍ ଓ ଭିଭିପାଟ୍ ଯାଂଚ ଆରମ୍ଭ ହୋଇ ନଭେମ୍ବର ୧୫ତାରିଖ ସୁଦ୍ଧା ଶେଷ ହେବ। ଚୂଡ଼ାନ୍ତ ଚିଠା ଭୋଟର ତାଲିକା ଅକ୍ଟୋବର ୧୭ତାରିଖରେ ପ୍ରକାଶ ପାଇବ। ଏ ସମସ୍ତ ପ୍ରକ୍ରିୟା ସାଧାରଣ ନିର୍ବାଚନ ସହ ଜଡ଼ିତ। ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନଥିବା ଶ୍ରୀ ଧଳ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button