ବିନା ବିବାହରେ ୨୦ ବର୍ଷର ସାଥୀ

ମୁମ୍ବାଇ : ଅଭିନେତ୍ରୀ ଅଶ୍ଲେସା ସାୱନ୍ତ ବ୍ୟକ୍ତିଗତ ଜୀବନକୁ ନେଇ ବେଶି ଚର୍ଚ୍ଚିତ। ଟିଭି କଳାକାର ସନ୍ଦୀପ ବସୱାନାଙ୍କ ସହ ଗତ କିଛିବର୍ଷ ହେବ ସେ ପ୍ରେମ ସଂପର୍କରେ ଅଛନ୍ତି।
ଖବର ଅନୁଯାୟୀ ଅଭିନେତ୍ରୀ ଅଶ୍ଲେସା ସାୱନ୍ତଙ୍କ ପ୍ରେମ କାହାଣୀ ବିଷୟରେ ଅନେକ ଲୋକ ଜାଣିନାହାନ୍ତି। ଅଶ୍ଲେସା ସାୱନ୍ତ ଓ ସନ୍ଦୀପ ବସୱାନା ଗତ ୨୦ ବର୍ଷ ହେଲା ପ୍ରେମ ସଂପର୍କରେ ଅଛନ୍ତି। ହେଲେ ଏ ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ଦୁହେଁ ପ୍ରେମ ସଂପର୍କ ବିଷୟରେ ଖୁଲମଖୁଲା କହିବାକୁ ପଛାନ୍ତି ନାହିଁ। ବିବାହ କରିନଥିଲେ ମଧ୍ୟ ସେମାନଙ୍କ ସଂପର୍କ କୌଣସି ପତି-ପତ୍ନୀଙ୍କଠାରୁ କମ୍ ନୁହେଁ।
ସନ୍ଦୀପ ଲିଭ୍-ଇନ୍ ପାର୍ଟନରଙ୍କ ସହ ବିବାହ ନକରିବାର କାରଣ ଏକ ପୁରୁଣା ସାକ୍ଷାତ୍କାରରେ କହିଛନ୍ତି। ସେମାନେ ବିବାହ କରିନଥିଲେ ହେଁ ଶପଥ ନେଇଛନ୍ତି ଯେବେ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ଭଲପାଇବା ରହିବ ସେ ଦୁହେଁ ସାଥୀ ହୋଇ ରହିବେ। ଭଲପାଇବା ସରିଗଲେ ଦୁହେଁ ଦୁହିଁଙ୍କ ଜୀବନରେ କିଛି କ୍ଷତି ପହଞ୍ଚାଇବେ ନାହିଁ। ତେବେ ସେ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲପାଉଥିବାରୁ ବିବାହ ବିଷୟରେ ଏପର୍ଯ୍ୟନ୍ତ କିଛି ଭାବିନଥିବା କହିଛନ୍ତି। ଏହି ପ୍ରେମୀଯୁଗଳ ପରସ୍ପରଙ୍କୁ ପ୍ରଥମେ ‘କମଲ’ ଧାରାବାହିକରୁ ଚିହ୍ନିଥିଲେ। ଏହାପରେ ଦୁହେଁ ‘କିଉଁକି ଶାଶ୍ ଭି କଭି ବୋହୂ ଥି’ରେ ସାଥୀ ହୋଇ କାମ କରିଥିଲେ।