ନେପାଳ : ରାମନବମୀ ପାଳନ ବେଳେ ସାମ୍ପ୍ରଦାୟିକ ଉତ୍ତେଜନା

କାଠମାଣ୍ଡୁ : ନେପାଳରେ ପ୍ରଥମ ଥର ରାମନବମୀ ପାଳନ ସମୟରେ ଦେଖାଯାଇଛି ସାମ୍ପ୍ରଦାୟିକ ଉତ୍ତେଜନା। ଆଜି ଜନକପୁରୀ ରାମନବମୀ ଶୋଭାଯାତ୍ରାରେ ସାମିଲ ଶହଶହ ଲୋକ ମସଜିଦ୍ ନିକଟକୁ ଯାଇ ହଙ୍ଗାମା କରିଛନ୍ତି।

ଖବର ଅନୁଯାୟୀ ଗୁରୁବାର ପ୍ରଥମଥର ନେପାଳର ଜନକପୁରୀରେ ଏପରି ଘଟଣା ଘଟିଥିବା ଲୋକେ କହିଛନ୍ତି। ସ୍ଥାନୀୟ ସମ୍ବାଦଦାତା କହିଛନ୍ତି ଆଖପାଖର ବିଭିନ୍ନ ଗ୍ରାମରୁ ଶୋଭାଯାତ୍ରା ବାହାରି ଜନକପୁର ପହଞ୍ଚୁଥିଲା। ଶୋଭାଯାତ୍ରା ଯେମିତି ଜନକପୁରର ଲାଦୋବେଲା ରୋଡରେ ପହଞ୍ଚିଥିଲା ସୃଷ୍ଟି ହୋଇଥିଲା ଉତ୍ତେଜନା। ଲୋକେ ବିଭିନ୍ନ ନାରାବାଜି କରିଥିଲେ। ଆଖପାଖରେ ମୁସଲମାନ ବସ୍ତି ଥିବାରୁ ଉପୁଜିଥିଲା ଉତ୍ତେଜନାମୂଳକ ପରିସ୍ଥିତି। ସେମାନେ ମଧ୍ୟ ଏକଜୁଟ ହେବାକୁ ଲାଗିଥିଲେ।

କେବଳ ସେତିକି ନୁହେଁ ମୁସଲମାନେ ଉତ୍ତେଜନାମୂଳକ ସ୍ଲୋଗାନରେ ଏକଜୁଟ ହୋଇ ଘରର ଛାତ ଉପରକୁ ଉଠିଯାଇଥିଲେ। ଫଳେର ଶୋଭାଯାତ୍ରା ଉପରକୁ ଢେଲାପଥର ମାଡର ଆଶଙ୍କ ସୃଷ୍ଟି ହୋଇଥିଲା। ତେବେ ମୁସଲମାନ ସେପରି କିଛି କରିନଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା।

Leave a Reply

Your email address will not be published. Required fields are marked *

Back to top button