ଘିଅ-ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର

ସ୍ୱାସ୍ଥ୍ୟ ପାଇଁ ଘିଅ ଓ ଗୁଡ ହିତକର। କିନ୍ତୁ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ। ଯଦି ଘିଅ ଓ ଗୁଡକୁ ଏକାସାଙ୍ଗେ ସେବନ କରଯାଏ ତାହା ଅନେକ ଲାଭପ୍ରଦ ହେବ। ବିଶେଷଜ୍ଞଙ୍କ ମତ ଘିଅ-ଗୁଡର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ। ଆୟୁର୍ବେଦରେ କୁହାଯାଏ ଘିଅ ଓ ଗୁଡ ଅନେକ ସମସ୍ୟା ଦୂର କରିବାକୁ ଉତ୍ତମ ବିକଳ୍ପ। ତେବେ ଆସନ୍ତୁ ଜାଣିବା ଏ ଦୁଇଟିର ମିଶ୍ରଣ ଶରୀରକୁ ସୁସ୍ଥ ରଖିବାରେ କିପରି ସାହାଯ୍ୟ କରେ।

  • ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ପରେ ଘିଅ ଓ ଗୁଡକୁ ସେବନ କରିପାରିବେ। ଏଥିପାଇଁ ଗୋଟିଏ ଚାମଚ ଶୁଦ୍ଧ ଘିଅରେ କିଛି ଗୁଡ ମିଶାନ୍ତୁ। ଏହାକୁ ଭୋଜନର ୫-୧୦ ମିନିଟ ପରେ ସେବନ କରନ୍ତୁ।
  • ଘିଅ ଓ ଗୁଡର ସମ୍ମିଶ୍ରଣକୁ ସୁପରଫୁଡ କୁହାଯିବାର କାରଣ ଏଥିରେ ଆୟରନ, ମ୍ୟାଗନେସିୟମ୍, ପୋଟାସିୟମ ଓ ଭିଟାମିନ ବି-ସି ଭଳି ଅନେକ ପୋଷାକ ତତ୍ତ୍ୱ ରହିଛି। ଘିଅରେ ଭିଟାମିନ ଏ, କେ, ଇ, ଡି ସହ ଫ୍ୟାଟି ଏସିଡ ରହିଛି। ଏହା କେବେଳେ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ଓ କେଶକୁ ମଧ୍ୟ ଭରପୁର ପୋଷଣ ପ୍ରଦାନ କରିଥାଏ।
  • ଘିଅ ଓ ଗୁଡର ମିଶ୍ରଣ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏହା ଶରୀରରେ ହର୍ମୋନ ସନ୍ତୁଳନ ମେଣ୍ଟେନରେ ସାହାଯ୍ୟ କରିବା ସହିତ ଏନିମିଆ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button