ଗୋପାଳପୁର ବିଧାୟକ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାଯାଇଛି। ଆଜି ସକାଳ ଭିଜିଲାନ୍ସର ୧୫ଟି ଟିମ ଏକକାଳୀନ ଚଢ଼ଉ କରିଥିବା ବେଳେ ଏଥିରେ ଜଣେ ଏସପି, ୨ ଜଣ ଅତିରିକ୍ତ ଏସପି ଓ ୧୭ ଜଣ ଡିଏସପି ସାମିଲ ଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଲୋକାୟୁକ୍ତଙ୍କ ନିକଟରେ ସରକାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି। ପ୍ରଦୀପ ପାଣିଗ୍ରାହୀ ୨୦୦୯ରୁ ୨୦୨୦ ଭିତରେ ୫.୫ କୋଟି ଟଙ୍କା ଠୁଳ କରିଥିବା ୨୦୨୦ ଡିସେମ୍ବର ୯ ତାରିଖରେ ଅଭିଯୋଗ ରୁଜୁ ହୋଇଥିଲା। ସେହିମାସ ୧୧ ତାରିଖରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୦୯ ମେ ୨୪ରୁ ୨୦୨୦ ନଭେମ୍ବର ୩୦ ତାରିଖ ମଧ୍ୟରେ ପ୍ରଦୀପଙ୍କ ଆୟ ଭିଜିଲାନ୍ସ ଯାଞ୍ଚକରି ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଆକଳନ କରିଥିଲା। ପ୍ରଦୀପ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ନେଇ ଭିଜିଲାନ୍ସରେ ଆଉ ଏକ ମାମଲା କେସ ନମ୍ବର ୬/୨୧ରେ ଭିଜିଲାନ୍ସ ସେଲରେ ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button