ଏଏସ୍‌ଓ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ

କଟକ : ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠରେ ଏହି ମାମଲାକୁ ଗ୍ରହଣ କରିବା ସହିତ ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍‌ସିକୁ ନୋଟିସ୍‌ କରାଯାଇଛି। ସେପ୍ଟେମ୍ବର ୨୧ରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ତାରିଖ।

ସୂଚନାଯୋଗ୍ୟ ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା‌ ଲାଗୁ ବେଆଇନ ବୋଲି ଦର୍ଶାଯାଇଥିଲା। ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଏନେଇ ହାଇକୋର୍ଟରେ ଦାୟର ହୋଇଥିଲା ଆବେଦନ। କୋର୍ଟ ମାମଲାର ଶୁଣାଣି କରି ମେ ୧୯ରେ ରାୟ ପ୍ରକାଶ କରିଥିଲେ। ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିଥିଲେ ହାଇକୋର୍ଟ। ଏଥିସହ ୨୦୧୬ର ନିୟମ ପାଳନକରି ସାନି ମେଧା ତାଲିକା ଦୁଇମାସ ଭିତରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସାନି ମେଧା ତାଲିକା ପ୍ରକାଶ ନପାଇବାରୁ ଆବେଦନକାରୀଙ୍କ ତରଫରୁ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା। ଏହାପରେ ଅଗଷ୍ଟ ୪ରେ ମେ ୧୯ର ରାୟ ପାଳନ କରି ୬ ସପ୍ତାହ ଭିତରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ପୁଣି ଏଏସଓ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button