ଦାନ୍ତ ପୋକ ଓ ବିନ୍ଧା ଦୂର କରିବାର ଘରୋଇ ଉପାୟ
ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ । ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ ।
ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବୁ ଯାହାଦ୍ବାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ । ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ । ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ତେବେ ଆପଣଙ୍କ ଘରେ କିମ୍ବା ଘର ଆଖ ପାଖ ରେ ଅପମାର ର ଗଛ ଲାଗିଥିବ ତେବେ ଆପଣ ସେହି ଗଛ ରୁ କିଛି ପତ୍ର ଆଣି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାକୁ ହେମଦସ୍ତା ରେ ଛେଚି ତାର ରସ ବାହାର କରି ସେହି ରସ କୁ ନିଜ ଦାନ୍ତ ର ମୂଳ ରେ ଲଗାନ୍ତୁ ଏହା ଦ୍ୱାରା ଆପଣଙ୍କ ଦାନ୍ତ ରେ ପୋକ ଲାଗିବ ନାହିଁ ଏବଂ ଦାନ୍ତ ରେ ଲାଗିଥିବା ପୋକ ମଧ୍ୟ ବାହାରି ଯିବ । ଏହା ଛଡା ଆପଣ ସେହି ଗଛର କାଠି ରେ ଦାନ୍ତ ମଧ୍ୟ ଘଷି ପାରିବେ ଏହା ବହୁତ ଲାଭଦାୟକ ହୋଇଥାଏ ଦାନ୍ତ ପାଇଁ ଏବଂ ଦାନ୍ତରେ ଲାଗିଥିବା ପୋକ ମଧ୍ୟ ଖୁବ ଶୀଘ୍ର ବାହାରି ଆସେ । ତେବେ ଅଭି ଗଛ ର ପତ୍ର,ଚେର,କାଣ୍ଡ ଆଦି ସବୁଥିରେ ଔଷଧିୟ ଗୁଣ ରହିଛି । ତେବେ ଆପଣ ନିଜ ଘରେ ଅତି ସହଜରେ ଏବଂ କମ ଖର୍ଚ୍ଚ ରେ ନିଜ ଦାନ୍ତର ସୁରକ୍ଷା କରି ପାରିବେ ।