ଅରୁଣ ବୋଥ୍ରାଙ୍କୁ ‘କ୍ରୁଟ୍‌’ର ଅତିରିକ୍ତ ଦାୟିତ୍ଵ

ଭୁବନେଶ୍ଵର : ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ୟାପିଟାଲ୍‌ ରିଜନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ୧୯୯୬ ଏଡିଜି କ୍ରାଇମ୍‌ବ୍ରାଞ୍ଚ ସହ ‘କ୍ରୁଟ୍‌’ର ଦାୟିତ୍ଵ ତୁଲାଇବେ। ସେହିପରି ବର୍ତ୍ତମାନ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) କମିସନର ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେଙ୍କ ‘କ୍ରୁଟ୍‌’ର ଅତିରିକ୍ତ ଦାୟିତ୍ଵରେ ଅଛନ୍ତି। ସେହିପରି ଏଡିଜି (ଜେଲ୍‌) ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ଵ ମିଳିଛି। ଏହାଛଡା ରାଜ୍ୟ ପରିବହନ କମିଶନର ଭାବେ କାର୍ଯ୍ୟ କରୁଥିବା ଅମିତାଭ ଠାକୁରଙ୍କୁ ଜେଲ୍ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button