ଇସ୍ରାଏଲ ଆକ୍ରମଣ ପାଇଁ ୨୦୨୧ରୁ ହୋଇଥିଲା ବ୍ଲୁପ୍ରିଣ୍ଟ୍

ନୂଆଦିଲ୍ଲୀ : ଇସ୍ରାଏଲ ସେନା ଓ ହମାସ ସଂଘର୍ଷରେ ୧୨ଶହରୁ ଅଧିକ ମୃତ୍ୟୁ କଲେଣି। ଗାଜାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଶତାଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ ରଖାଯାଇଥିବା ହମାସ ଦାବି କରିଥିବା ବେଳେ ଚେତାବନୀ ଦେଇଛି ଇସ୍ରାଏଲ ଗୋଟିଏ ରକେଟ୍ ମାଡ କଲେ ଜଣେ ପଣବନ୍ଦୀଙ୍କୁ ହତ୍ୟା କରାଯିବ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ୨୦୨୧ରୁ ପାଲେଷ୍ଟାଇନ୍ ଆକ୍ରମଣ ପାଇଁ ଯୋଜନା କରିଆସୁଥିଲା।
ଖବର ଅନୁଯାୟୀ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ହମାସ ୨ବର୍ଷ ତଳୁ ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା। ୬ଟି ମୋର୍ଚ୍ଚାରେ ଏକ ହଜାର ପ୍ରଶିକ୍ଷଣ ପ୍ରାପ୍ତ ଲୋକଙ୍କୁ ନିଆଯାଇଥିଲା। ଡ୍ରୋନ୍ ୟୁନିଟକୁ ଆକ୍ଟିଭ୍ କରାଜୀବ ସହିତ ୬ଟି ଟିମରେ ବଣ୍ଟାଯାଇଥିବା ସମସ୍ତ ଆତଙ୍କବାଦୀଙ୍କୁ ଗୁପ୍ତ ଟ୍ରେନିଂ ଦିଆଯାଇଥିଲା।
ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରଥମ ମୋର୍ଚ୍ଚା ଇସ୍ରାଏଲ ଉପରେ ଲଗାତାର ୩ ହଜାର ରକେଟ୍ ମାଡ କରିଥିଲା। ଅନ୍ୟପଟେ ହ୍ୟାଙ୍ଗ୍ ଗ୍ଲଇଡର ଉଡାଉଥିବା ଦ୍ୱିତୀୟ ମୋର୍ଚ୍ଚା ଇସ୍ରାଏଲ ମଧ୍ୟରେ ପ୍ରବେଶ କରିଥିଲେ। ସବୁଠୁ ଅସୁରକ୍ଷିତ ସ୍ଥାନକୁ କରିଥିଲେ ଟାର୍ଗେଟ। ତୃତୀୟ ମୋର୍ଚ୍ଚା ମଜବୁତ ଭାବେ ତିଆରି ଇଲୋକଟ୍ରୋନିକ୍ ଓ ସିମେଣ୍ଟରେ ତିଆରି ଅଭେଦ୍ୟ ଦୁର୍ଗକୁ ଭେଦ କରିଥିଲା। ଯେତେବେଳେ ଇସ୍ରାଏଲ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଲା ସେତେବେଳେ ଆଉ ତିନୋଟି ମୋର୍ଚ୍ଚା ଇସ୍ରାଏଲ ଭିତରକୁ ପଶି ମୃତ୍ୟୁର ତାଣ୍ଡବ ରଚିଥିଲେ।