ଜମ୍ମୁର ବାୱେ ୱାଲି ମାତା ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍

ଜମ୍ମୁ : ଜମ୍ମୁର ରକ୍ଷାକର୍ତ୍ତୀ ଭାବେ ପରିଚିତ ବାୱେ ୱାଲି ମାତା ମନ୍ଦିରରେ ଲାଗୁ ହୋଇଛି ଡ୍ରେସ କୋଡ୍। ଏଣିକି ମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନଙ୍କୁ ଶାଳୀନ ପୋଷାକ ପିନ୍ଧିବାକୁ ପଡିବ।

ଖବର ଅନୁଯାୟୀ ତାୱି ନଦୀ କୂଳରେ ଥିବା ଐତିହାସିକ ବାହୁ ଦୁର୍ଗ ମଧ୍ୟରେ ଅବସ୍ଥିତ ଏହି ମନ୍ଦିର ମା’ କାଳୀଙ୍କ ପାଇଁ ସମର୍ପିତ। ଏଠାରେ ଡ୍ରେସ କୋଡ୍ ଲାଗୁ ହୋଇଛି। ମନ୍ଦିର ପରିଚାଳନା ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବରୁ ଭକ୍ତମାନେ ଭଲ ପୋଷାକ ପିନ୍ଧିବା ସହ ମୁଣ୍ଡ ଢାଙ୍କିବେ। କିନ୍ତୁ ହାଫ୍ ପ୍ୟାଣ୍ଟ, ବରମୁଡା ସର୍ଟସ, ମିନିସ୍କର୍ଟ, ନାଇଟ୍ ସୁଟ୍, ରିପ୍ଡ୍ ଜିନ୍ସ ଓ କାପ୍ରି ପ୍ୟାଣ୍ଟକୁ ନିଷିଦ୍ଧ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟ ପୂଜକ ମହନ୍ତ ବିଟ୍ଟା ଗଣମାଧ୍ୟମକୁ କହିଛନ୍ତି ଏହା ଏକ ଆଦେଶ ନୁହେଁ ବରଂ ଏକ ଉପଦେଶ। ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଲୋକମାନେ ମନ୍ଦିରକୁ ଏକ ପିକନିକ୍ ସ୍ପଟରେ ପରିଣତ କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button