ଜୁଆ ଖେଳ ଉପରେ ଚଢଉ

ଭଞ୍ଜନଗର : ପାର୍ବଣ ସମୟରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ପରମ୍ପରା ନାମ‌ରେ ଚାଲେ ଜୁଆର ଆସର। ବାଜିରେ ଲକ୍ଷାଧିକ ଟଙ୍କା ଲାଗୁଛି। ଭଞ୍ଜନଗର ପୋଲିସ ଗତକାଲି ଗୋଟିଏ ଦିନରେ ୪ଟି ଜୁଆ ଖେଳ ଉପରେ ପୋଲିସ ଚଢଉ କରି ୧ ଲକ୍ଷ ୬୨ ହଜାର ୨୨୫ ଟଙ୍କା ଜବତ କରିଛି।

ଖବର ଅନୁଯାୟୀ ଭଞ୍ଜନଗର ସହର ମହମ୍ମଦିଆନ ସ୍କୁଲ ପିଣ୍ଡାରେ ଚାଲିଥିବା ଚଢଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪,୬୨୫ ଟଙ୍କା ଜବତ କରିଛି। ସେହିପରି ଲାଲସିଂ ଠାରେ ଚଢଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇ ୩୪,୫୫୦ ଟଙ୍କା,ସାନକୋଦଣ୍ଡା ଏକ ଘର ଉପରେ ଚଢଉ ବେଳେ ୧୫,୧୦୦ ଟଙ୍କା ଓ ବାହାଡାପଦରରୁ ୪୧,୯୬୦ ଟଙ୍କା ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button