ବାହାନଗା ଟ୍ରେନ୍ ଦୁର୍ଘଟଣା : ବିଦ୍ୟୁତ୍ ଆଘାତରେ ୪୦ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ଵର : ବାଲେଶ୍ୱରର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏମଧ୍ୟରୁ ୪୦ ଜଣଙ୍କ ଜୀବନ ବିଦ୍ୟୁତ୍ ଆଘାତରେ ଯାଇଥିବା ଜଣାପଡିଛି। ଦୁର୍ଘଟଣାର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ ଶୁକ୍ରବାର ରାତିରେ ଲୁପ୍ ଲାଇନ୍ରେ ଥିବା ଏକ ମାଲବାହୀ ଟ୍ରେନ୍ରେ କରମଣ୍ଡଳ ଏକ୍ସପ୍ରେସ୍ ପିଟି ହୋଇଥିଲା। ଫଳରେ ଅନ୍ୟ ଏକ ମୁଖ୍ୟ ଲାଇନ୍ରେ କରମଣ୍ଡଳ ଏକ୍ସପ୍ରେସର ୨ଟି ବଗି ଛିଟିକି ପଡ଼ିଥିଲା। ଅପରପାର୍ଶ୍ୱରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ ଧକ୍କା ଦେବା ପରେ ବିଦ୍ୟୁତ୍ ତାର ଛିଣ୍ଡି ବଗିଗୁଡ଼ିକ ଉପରେ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କାରଣ ଦୁର୍ଘଟଣା ପରେ ଟ୍ରାକ୍ରେ ଶତାଧିକ ମୃତଦେହ ପଡ଼ିଥିଲା। ଅନେକ ମୃତଦେହରେ ସାଂଘାତିକ କ୍ଷତଚିହ୍ନ ଦେଖିବାକୁ ମିଳିନାହିଁ। ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ଟ୍ରେନ୍ ବଗି ସଂସ୍ପର୍ଶରେ ଆସିବା ବେଳେ ଯାତ୍ରୀମାନେ କୌଣସି ଜିନିଷ ସଂସ୍ପର୍ଶରେ ଆସିବାରୁ ସେମାନଙ୍କର ବିଦ୍ୟୁତ୍ ଆଘାତରେ ଜୀବନ ଯାଇଥିବା ଅନୁମାନ କରାଯାଉଛି ବୋଲି ଇଷ୍ଟ କୋଷ୍ଟ ରେଲୱେର ଜଣେ ଅବସରପ୍ରାପ୍ତ ଧିକାରୀପୂର୍ଣ୍ଣ ଚନ୍ଦ୍ର ମିଶ୍ର କହିଛନ୍ତି।


























