ଛତିଶଗଡ଼ରେ ବକେୟା ବିଜୁଳି ବିଲ୍ ମାଫ୍, ୩୦୦ ୟୁନିଟ୍ ମାଗଣା ଦେବୁ : କେଜ୍ରିୱାଲ୍

ନୂଆଦିଲ୍ଲୀ : ଦିଲ୍ଲୀ ଓ ପଂଜାବ ପରେ କ୍ଷମତା ଦଖଲ ପାଇଁ ଛତିଶଗଡ଼କୁ ଟାର୍ଗେଟ କରିଛି ଆମ୍ ଆଦମୀ ପାର୍ଟି। ଛତିଶଗଡ଼ରେ ମାସକୁ ୩୦୦ ୟୁନିଟ ବିଜୁଳି ମାଗଣା ଓ ପୁରୁଣା ବକେୟା ବିଲ୍ ଛାଡ଼ କରାଯିବ।
ଗ୍ରାମାଞ୍ଚଳରେ ରହିବ ୨୪ ଘଣ୍ଟା ବିଜୁଳି। ଏହି ଘୋଷଣା କରିଛନ୍ତି ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।

ଖବର ଅନୁଯାୟୀ ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ସବୁ ଦଳର ନେତାମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମ୍ ଆଦମୀ ପାର୍ଟି ମଧ୍ୟ ଚଳାଇଛି ଜୋରଦାର ର ପ୍ରସ୍ତୁତି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଶନିବାର ଛତିଶଗଡ଼ ଗସ୍ତରେ ଯାଇ ଅନେକ ଘୋଷଣା କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଦିଲ୍ଲୀ ଓ ପଂଜାବ ପରି ଛତିଶଗଡ଼ରେ ମାସକୁ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ। ଛାଡ଼ କରାଯିବ ବକେୟା ବିଲ୍। ସେହିପରି ଚାକିରି ନମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ବେକାରଙ୍କୁ ମାସିକ ୩୦୦୦ ଟଙ୍କା ବେକାରୀ ଭତ୍ତା। ପାଖାପାଖି ୧୦ ଲକ୍ଷ ବେକାରଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯିବ। ନିଯୁକ୍ତି ଓ ସ୍ୱଚ୍ଛତା କ୍ଷେତ୍ରରେ ସୁପାରିସ ଆଣି ଚାକିରିରେ ଦୁର୍ନୀତି ହଟାଇବା ସହିତ ସାଧାରଣ ଲୋକଙ୍କୁ ଚାକିରି ସୁଯୋଗ ଦିଆଯିବ। ଅନ୍ୟପକ୍ଷରେ ୧୮ ବର୍ଷରୁ ଅଧିକ ସବୁ ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଲେଖାଏଁ ସ୍ତ୍ରୀ ସମ୍ମାନ ରାଶି ଦିଆଯିବ। ଏହାଛଡ଼ା ଦଳ ପକ୍ଷରୁ ଶିକ୍ଷା ଗ୍ୟାରେଣ୍ଟି, ସ୍ଵାସ୍ଥ୍ୟ ଗ୍ୟାରେଣ୍ଟି ଓ ତୀର୍ଥଯାତ୍ରା ଗ୍ୟାରେଣ୍ଟି ସଂପର୍କରେ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button