ଋଣ ଟଙ୍କା ନଶୁଝିବାରୁ ପତ୍ନୀକୁ ଦୁଷ୍କର୍ମ କଲା ମହାଜନ

ପୁଣେ : ଅମାନବୀୟ ଓ ଲଜ୍ଜାଜନକ ଘଟଣା। ଋଣ ଟଙ୍କା ଫେରସ୍ତ ନକରିବାରୁ ପତ୍ନୀଙ୍କୁ ଦୁଷ୍କର୍ମ କରିଛି ଋଣଦାତା ବା ମହାଜନ। ମହାରାଷ୍ଟ୍ରର ପୁଣେରୁ ଏପରି ଘଟଣା ଘଟିଥିବା ଜଣାପଡିଛି।

ପୋଲିସର ସୂଚନା ଚଳିତ ବର୍ଷ ଫେବୃଆରୀରେ ଏହି ଘଟଣା ଘଟିଥିଲା। ପୀଡ଼ିତାଙ୍କ ସ୍ୱାମୀ ଅଭିଯୁକ୍ତ ଠାରୁ କିଛି ଟଙ୍କା ଋଣ ନେଇଥିଲେ ହେଁ ଫେରସ୍ତ କରିପାରି ନଥିଲେ। ଫଳରେ ଋଣଦାତା ଜଣଙ୍କ ପୀଡ଼ିତାଙ୍କ ଘରେ ପହଞ୍ଚି ଟଙ୍କା ନେଇଥିବା ବ୍ୟକ୍ତିଙ୍କୁ ଛୁରୀ ଦେଖାଇ ଡରାଇଥିଲେ। ଏହାପରେ ତାଙ୍କରି ସାମ୍ନାରେ ପତ୍ନୀଙ୍କୁ ଦୁଷ୍କର୍ମ କରିବା ସହିତ ଏହାର ଦୃଶ୍ୟକୁ ମୋବାଇଲରେ କଏଦ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ପୋଲିସ ଅଭିଯୁକ୍ତକୁ ଗରିଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି। ଅଭିଯୁକ୍ତ ନାଁରେ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଦଫାରେ ମାମଲା ହୋଇଛି।

Leave a Reply

Your email address will not be published. Required fields are marked *

Back to top button