ସ୍ତ୍ରୀକୁ ମାଡମାରି ଦୁଷ୍କର୍ମ କରିବାକୁ ଲୋକ ଲଗାଇଥିଲା ସ୍ଵାମୀ

କେନ୍ଦ୍ରାପଡା : ଆଳି ଥାନା ଅନ୍ତର୍ଗତ ରାଣୀପୋଖରୀ ଗାଁରେ ଘଟିଛି ଅମାନବୀୟ ଘଟଣା। ପତ୍ନୀଙ୍କୁ ମାଡମାରି ଇଜ୍ଜତ ଲୁଟିବାକୁ ଲୋକ ଲଗାଇଥିଲେ ସ୍ଵାମୀ ଆଶିଷ ଦାସ। ପତ୍ନୀ ବେବିନା ଆଳି ଥାନାରେ ଏନେଇ ଅଭିଯୋଗ କରିଅ ପରେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି। କିନ୍ତୁ ଅଭିଯୁକ୍ତ ଆଶିଷ ଦାସ ଫେରାର ହୋଇଯାଇଛି।

ଖବର ଅନୁଯାୟୀ ରାଣୀପୋଖରୀ ଗାଁ’ର ଆଶିଷ ୪ବର୍ଷ ତଳେ ବେବିନାଙ୍କୁ ବିବାହ କରିଥିଲେ। ବିବାହ ପରେ ଆଶିଷ ଛୋଟ ଛୋଟ କଥାରେ ବେବିନାକୁ ମାରପିଟ୍ କରୁଥିଲେ। ବେବିନା ଘଟଣା ସମ୍ପର୍କରେ ବାପଘରକୁ ଜଣାଇବାରୁ ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ଏହାପରେ ଆଶିଷ ମାରପିଟ୍ କରୁଥିଲେ ମଧ୍ୟ ବେବିନା ୧୧ ମାସର ଝିଅକୁ ନେଇ ଶାଶୁଘରେ ରହୁଥିଲେ।

ଗତକାଲି ସନ୍ଧ୍ୟାରେ ବେବିନା ଛୋଟ ଝିଅକୁ ନେଇ ଛାତ ଉପରେ ବସିଥିବା ସମୟରେ ଆଶିଷ ଦୁଇଜଣ ଲୋକଙ୍କୁ ଆଣି ମାଡ଼ ମାରିବା ପାଇଁ କହିଥିଲେ। ଏହାଛଡା ତାଙ୍କୁ ଦୁଷ୍କର୍ମ କରିବା ପାଇଁ କହିଥିବା ବେବିନା ଅଭିଯୋଗ କରିଛନ୍ତି। ବେବିନାଙ୍କୁ ସ୍ୱାମୀ ଆଶିଷ ଓ ଅନ୍ୟ ଦୁଇବ୍ୟକ୍ତି ମାରପିଟ କରୁଥିବାବେଳେ ସେ ପାଟିକରି ଗ୍ରାମବାସୀଙ୍କୁ ଡାକ ପକାଇବା ସହିତ ଗାଁ ଦାଣ୍ଡକୁ ପଳାଇ ଆସିଥିଲେ। ହେଲେ ସେଠାରେ ବେବିନାଙ୍କୁ ନିର୍ଧୂମ ପିଟିଥିଲେ ଆଶିଷ ଓ ଦୁଇବ୍ୟକ୍ତି। ଗ୍ରାମବାସୀ ଆସିବାରୁ ଆଶିଷ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ହେଁ ଅନ୍ୟ ଦୁଇବ୍ୟକ୍ତି ଧରାପଡିଥିଲେ। ସେମାନଙ୍କୁ ପୋଲିସ ଜିମ ଦିଆଯାଇଛି। ଆଳି ଥାନାରେ ବେବିନା ଲିଖିତ ଅଭିଯୋଗ କରିବା ପରେ ପୋଲିସ ଆଶିଷଙ୍କ ବାପା-ମା’ଙ୍କୁ ଡାକି ପଚରାଉଚରା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button