ସପ୍ତାହିକ ହାଟରେ ଦୁଇ ଭାଇଙ୍କୁ ହାଣି ଟଙ୍କା ଲୁଟି ନେଲେ

କେନ୍ଦୁଝର : ତେଲକୋଇ ଅଞ୍ଚଳରେ ଦୁଇ ଭାଇଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଳାଗାଡ଼ିଆର ଶରତ ସାହୁ ଓ ଭରତ ସାହୁ ଦୁହେଁ ମସଲା ବ୍ୟବସାୟୀ। ଆଜି ଦୁଇ ଭାଇ ତେଲକୋଇର ଆକୁଳ ସାପ୍ତାହିକ ହାଟକୁ ମସଲା ବିକିବା ପାଇଁ ଯାଇଥିଲେ। ବେପାର ସାରି ଦୁହେଁ ଦୋକାନ ବନ୍ଦ କରୁଥିବା ବେଳେ ଦୁଇଜଣ ମୁଖା ପିନ୍ଧି ଯୁବକ ଏକ କଳା ପଲସରରେ ସେଠାରେ ପହଞ୍ଚିଥିଲେ। ଜଣେ ବନ୍ଧୁକ ଦେଖାଇଥିଲା ଓ ଅନ୍ୟଜଣେ ଏକ ଧାରୁଆ ଅସ୍ତ୍ରରେ ଦୁଇଜଣକୁ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଅନ୍ୟ ବ୍ୟବସାୟୀମାନେ ଦୁଇ ଭାଇଙ୍କୁ ଉଦ୍ଧାର କରି ସିରିଗିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଳଚେର ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button