ହମାସ୍ ଆକ୍ରମଣ : ଭିଡିଓ କଲ୍ କରୁଥିବା ବେଳେ କେରଳୀ ନର୍ସ ଆହତ

କୋଚି : ଇସ୍ରାଏଲ୍ରେ କାମ କରୁଥିବା ଜଣେ କେରଳୀ ନର୍ସ ଭାରତରେ ବାସ କରୁଥିବା ସ୍ଵାମୀଙ୍କୁ ଭିଡିଓ କଲ୍ କରୁଥିବା ବେଳେ ହମାସ୍ ଆକ୍ରମଣରେ ଆହତ ହୋଇଛନ୍ତି।
ଖବର ଅନୁଯାୟୀ ଏହି ମହିଳା ଜଣକ ହେଉଛନ୍ତି ଶୀଜା ଆନନ୍ଦ। ୭ ବର୍ଷ ହେବ ଇସ୍ରାଏଲ୍ରେ ରହୁଛନ୍ତି। ହମାସ୍ ଅପ୍ରତ୍ୟାଶିତ ଅତର୍କିତ ଆକ୍ରମଣରେ ସେ ନିରାପଦ ଥିଲେ ବୋଲି ଶୀଜା ଭାରତରେ ଥିବା ପରିବାରବର୍ଗଙ୍କୁ ଫୋନ୍ କରି କହୁଥିଲେ। ପରେ ସେ ପୁଣି ସ୍ଵାମୀଙ୍କ ପାଖକୁ କଲ୍ କରିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ଶୁଭିଲା ଓ ଫୋନ୍ ସଂଯୋଗ ବିଚ୍ଛିନ୍ନ ହୋଇଗଲା। ଆଉ ଜଣେ କେରଳୀ ସୂଚନା ଦେଲେ ଶୀଜା ଆହତ ହୋଇଛନ୍ତି ଓ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ଶୀଜାଙ୍କ ସ୍ଵାମୀ ଓ ଦୁଇପିଲା ଭାରତରେ ରହୁଛନ୍ତି।